କୋଟିବରାଡି ଗ୍ରାମ ନିକଟରେ ଅଟୋ ଓଲଟି ୪ ଆହତ

0
325

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଭଞ୍ଜନଗର ଥାନା ଅଧୀନ କୋଟି ବରାଡ଼ି ନିକଟରେ ଆଜି ମଧ୍ୟାହ୍ନ ସମୟରେ ଏକ ଯାତ୍ରୀବାହୀ ଅଟୋ ଓଲଟି ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏଥିରେ ତାରସିଂ ଥାନା ଉଲଦନ ଗ୍ରାମର ଅର୍ଜୁନ ବେହେରା(୫୫),ଗାଡ଼ିଆପଡ଼ା ଗ୍ରାମର କୁମୁଦ ବେହେରା,ଗଜାପଦର ଗ୍ରାମର କୁନି ନାୟକ(୬୦) ଏବଂ ତାଙ୍କ ନାତୁଣୀ ରେଶମା ନାୟକ (୫)ଗୁରୁତର ଭାବେ ଆହତ ହୋଇ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ସମସ୍ତ ଆହତ ମାନେ କୁଲାଡ଼ ଗ୍ରାମରୁ ଏକ ଯାତ୍ରୀବାହୀ ଅଟୋରେ ନିଜ ନିଜ ଗ୍ରାମକୁ ଯାଉଥିବା ବେଳେ କୁଲାଡ଼ ନିକଟ କୋଟି ବିରାଡ଼ି ଠାରେ ଏକ ବୁଲାଣି ରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଅଟୋରେ ବସିଥିବା ଯାତ୍ରୀମାନେ ଆହତ ହୋଇଥିଲେ। ଘଟଣାସ୍ଥଳରୁ ଅଟୋ ଚାଳକ ଗାଡ଼ି ନେଇ ଚମ୍ପଟ ମାରିଥିବା ବେଳେ ସ୍ଥାନୀୟ ଲୋକ ଏବଂ ପୁଲିସ ସହାୟତାରେ ଆହତ ମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here