ଅଦିନିଆ ଲଗାଣ ବର୍ଷାରେ ଅଧିକାଂଶ ଧାନ ଚାଷବିଲ ପ୍ରଭାବିତ ;ଜିଲ୍ଲା କୃଷକ ସଂଘ ପକ୍ଷରୁ କ୍ଷତିପୂରଣ ପାଇଁ ୭ ଦଫା ଦାବୀ ନେଇ ପ୍ରଶାସନିକ ଦ୍ୱାରସ୍ତହେଲ

0
248

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କ୍ଷୁଦ୍ର ଓନ୍ ନାମମାତ୍ର ଚାଷୀ ପକ୍ଷରୁ ଏକ ପ୍ରତିନିଧି ଦଳ ପକ୍ଷରୁ ଗଜପତି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ସୋଇଛନ୍ତି। ଏହି ଅବସରରେ ଗଜପତି ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା । ଚଳିତ ବର୍ଷ ପାଗ ଅନୁକୂଳ ଥିବା ଯୋଗୁଁ ଚାଷୀକୁଳ ବେଶ ଖୁସିଥିଲେ ଯାହା ଫଳରେ ଧାନ ଭଲ ଅମଳ ହେବା ଆଶଙ୍କା ଥିବାରୁ ଧାନ ପାଚି କାଟିବା ସମୟ ବେଳକୁ ଚାଷୀ ମୁଣ୍ଡକୁ ଚିନ୍ତା ମାଡି ଆସୁଛି। ଏହିପରି କି ଲଘୁଚାପ ଜନିତ ଲଗାଣ ବର୍ଷାରେ ବିଶେଷ କରି ଗଜପତି ଜିଲ୍ଲାର କାଶୀନଗର ଓ ଗୋସାଣି ବ୍ଲକଅଞ୍ଚଳର ଚାଷୀକୁଳ ପ୍ରଭାବିତ ହୋଇ ପଡିଛନ୍ତି ।
ବାରମ୍ବାର ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ଧାନ ଜମି ଜଳମଗ୍ନ ହୋଇ ଧାନ ଗଛରେ ଥିବା ପାଚିଲା ଧାନ କେଣ୍ଡା ଲଗାତାର ବର୍ଷା ଯୋଗୁଁ ଜଳମଗ୍ନରେ ପଡି ଶୋଇପଡିଛି । ଏହାକୁ ଆଧାର କରି
ଚାଷୀ ଶ୍ରୀ ଡି: ଆପାଲା ସ୍ୱାମୀଙ୍କ ସମେତ ୱାଇ: ଶୁବାରାଓ , ୱାଇ:ରାମଦାସ , ୱାଇ: ଲକ୍ଷ୍ମନ ରାଓ ଏବଂ ଟି: ଆପ୍ପାରାଓ ପ୍ରମୁଖ ଅଭିଯୋଗ କରି କହିଛନ୍ତି ଯେ , ଚଳିତବର୍ଷ ପାଗ ଅନୁକୂଳ ଥିବା ଯୋଗୁଁ ବହୁଟଙ୍କା ଋଣବାଡ଼ି ତଥା ଉଧାର କରଜ କରି ଧାନ ଚାଷରେ ଲଗାଇଥିଲୁ , ଭଗବାନ ଙ୍କ କୃପାରୁ ଫସଲ ମଧ୍ୟ ଭଲ ହୋଇଥିଲା ।
ଭଲ ଦୁଇ ପଇସା ଆସିବ ବୋଲି ଆଶା କରାଯାଇଥିଲା। ଚାଷୀ ଙ୍କ ଦୁର୍ଭାଗ୍ୟ ଯୋଗୁଁ ବାରମ୍ବାର ଲଘୁଚାପ ଜନିତ ଲଗାଣ ବର୍ଷା ଆମ ଫସଲ ସବୁ ଉଜୁଡ଼ାଇ ଦେଲା । ଧାନଗଛ ସହ ଧାନକେଣ୍ଡା ସବୁ ଜମିର ଭର୍ତ୍ତି ପାଣିରେ ଶୋଇପଡିଛି । ଆଉ ସେଥିରୁ କିଛି ହେଲେ ବାହାରିବନି । ସବୁ ଧାନଗଛ ପୋଚକା ପ୍ରାୟ ହୋଇଗଲାଣି ବୋଲି କହିଛନ୍ତି ।
ଏଭଳି ଧାନଗଛ ପୋଚକା ଓ ନଷ୍ଟକୁ ନେଇ ପ୍ରଭାବିତ ହୋଇଥିବା ଜିଲ୍ଲାର କ୍ଷୁଦ୍ର ଓ ନାମମାତ୍ରା ଚାଷୀ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲା କୃଷକ ସଂଘ ସଭାପତି ଶ୍ରୀ ସୂର୍ଯ୍ୟନାରାୟଣ ପଟନାୟକଙ୍କ ନେତୃତ୍ୱରେ କ୍ଷତିପୂରଣ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରାସ୍ତ ହୋଇ। ବର୍ତମାନ ର ଲଘୁଚାପ ଜନିତ ଲଗାଣ ବର୍ଷା ହେବା ସଂପର୍କରେ
୭ ଦଫା ଦାବୀ ନେଇ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ସେହି ସମୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଗ୍ରହଣ କରିଛନ୍ତି ।
ଦାବୀପତ୍ର ମଧ୍ୟରେ ରହିଛି, ମୁଖ୍ୟତଃ ଅଦିନିଆ ବର୍ଷାରେ ଗରିବ ଚାଷୀଙ୍କ ଧାନ ଫସଲ ସମ୍ପୂର୍ଣ୍ଣଭାବେ ଉଜୁଡିଯାଇଛି , ତାର ସଠିକ ଆକଳନ କରାଯାଇ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆଯାଉ ।
ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀଙ୍କୁ ସେମାନଙ୍କ କ୍ରପ ବୀମା କ୍ଳେମ ପ୍ରାପ୍ୟ ଯୋଗାଇ ଦିଆଯାଉ ।
ଆସନ୍ତା ଦିନରେ ସମ୍ଭାବ୍ୟ ଲଘୁଚାପ ଓ ଅଦିନିଆ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ଧାନ ଘୋଡାଇବା ପାଇଁ ଯଥେଷ୍ଟ ପରିମାଣରେ ଟାରପୋଲିନ ଯୋଗାଇ ଦିଆଯାଉ ।
ଏଭଳି ଅନେକ ଯଥାର୍ଥ ଦାବୀ ଗୁଡିକ ସମ୍ପର୍କରେ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀକୁ ଅବଗତ କରାଯାଇଛି ଦିଆ ଯାଇଥିବା ସ୍ମାରକପତ୍ରରେ ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here