କେବେ ପୂରଣ ହେବ ମୌସୁମୀର ସ୍ବପ୍ନ ; ବହି ପଢିଲେ ମୌସୁମୀ ର ଆଖି ରୁ ଝରୁଛି ଲୁହ , ସରକାରୀ ସହାୟତା ଅପେକ୍ଷାରେ ମୌସୁମୀ

0
427

ଭଞ୍ଜନଗର(ନିଲୁ ବିଷୋୟୀ) କେବେ ପୂରଣ ହେବ ମୌସୁମୀର ସ୍ବପ୍ନ ! ପାଠପଢ଼ା ପ୍ରତି ଆଗ୍ରହ ରଖି ଭଲ ପଢୁଥିବା ମୌସୁମୀ ଏବେ ବହି ପଢିଲେ ଆଖି ରୁ ଲୁହ ଭାରିବା ସହ ଆଖି ବି ଅସହ୍ୟ କୁଣ୍ଡେଇ ହେଉଛି । ଗରିବ ପରିବାର ହୋଇଥିବା ରୁ ଉନ୍ନତ ଚିକିତ୍ସା ହେଇପାରୁନି । ଫଳରେ ସରକାରୀ ସ୍ତରରେ ସହାୟତା ପାଇଁ ଚାହିଁ ବସିଛନ୍ତି ସମ୍ପୂର୍ଣ୍ଣ ପରିବାର। ଆମ କହୁଛୁ ଗଂଜାମ ଜିଲ୍ଲା ଭଂଜନଗର ବ୍କକ କୁଲାଡ ଗ୍ରାମର ସନ୍ୟାସୀ ସାହୁ ଙ୍କ ଝିଅ ମୌସୁମୀ ସାହୁ (୮)। ଦିନେ ବିଦ୍ୟାଳୟ ରେ ଖେଳୁ ଖେଳୁ ଅସାବଧାନ ବସତଃ ମୌସୁମୀ ର ବାମ ଆଖି ରେ ଆଘାତ ଲାଗିଥିଲା। ଫଳରେ ଆଖି ଫୁଲିବା ସହ ଦୃଷ୍ଟି ଶକ୍ତି କମିବାରେ ଲାଗିଲା ପରିବାରର ଆଥିର୍କ ଅବସ୍ଥା ଭଲ ନଥିବା ରୁ ଉନ୍ନତ ଚିକିତ୍ସା ହୋଇପାରିଲାନି । ପରେ କୌଣସି ପ୍ରକାରେ ଖବର ପାଇ ରୋଟାରି କ୍କବ ସହାୟତା ର ହାତ ବଢାଇବାରୁ ମୌସୁମୀ ଙ୍କ ପରିବାର ଆଶ୍ୱସ୍ତି ହୋଇଥିଲେ। ଉପଯୁକ୍ତ ଉନ୍ନତ ଚିକିତ୍ସା ପରେ ଝିଅ ର ଦୃଷ୍ଟି ଶକ୍ତି ଫେରିପାଇବା ନେଇ ବାପା,ମା ଆଶାବାନ୍ଦିଥିଲେ କିନ୍ତୁ ଉଚ୍ଚ ଓ ଉନ୍ନତି ଚିକିତ୍ସା ମିଳିପାରି ନଥିବାରୁ ବାମ ଆଖି ସହ ଡାହାଣ ଆଖିର ମଧ୍ୟ ଦୃଷ୍ଟି ଶକ୍ତି କମିବାରେ ଲାଗିଛି । ଦୃଷ୍ଟି ଶକ୍ତି ଫେରି ପାଇବା ଆଶାରେ ଦିନ କାଟୁଛି ମୌସୁମୀ। ଘରର ଆଥିର୍କ ଅବସ୍ଥା ଭଲ ନଥିବାରୁ ପରିବାରର ଗୁଜୁରାଣ ଉଠେଇବା ପାଇଁ ବାପା ସୁଦୂର ସୁରାଟ୍ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଝିଅର ଚିକିତ୍ସା ପାଇଁ ଟଙ୍କାଟିଏ ନଥିବାରୁ ମା ଚିନ୍ତା ରେ ରହିଛନ୍ତି। ଏତିକି ଭିତରେ ବ୍ରହ୍ମପୁର ରେ ଚିକିତ୍ସା କରିବାରୁ ଡଃ ଭୁବନେଶ୍ୱର ସ୍ଥିତ ଏ ଲ୍ ଭି ପ୍ରସାଦ ଙ୍କ ଠାରେ ଚିକିତ୍ସା କରାଇବାକୁ ପରାମର୍ଶ ଦେବାରୁ ସେଠାକୁ ଝିଅକୁ ନେଇ ଚିକିତ୍ସା କରାଇଥିବା ବେଳେ ଡାକ୍ତର ଅସ୍ୱଉପଚାର ପାଇଁ ୭୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହିବାରୁ ସେଠାରୁ ଫେରି ଆସିଥିଲେ। ରୋଟାରି କ୍କବ ସହାୟତା ରେ ପୂର୍ବତନ ନବରଙ୍ଗପୁର ଜିଲ୍ଲାପାଳ ତଥା ରୋଟାରିଆନ୍ ଶ୍ରୀ ଶିବବ୍ରତ ଦାସ ଙ୍କ ସହାୟତା ରେ କଟକ ସ୍ଥିତ ଜେପିଏମ୍ ରୋଟାରି ଚକ୍ଷୁ ଚିକିତ୍ସା ଲୟରେ ଚିକିତ୍ସା ଆରମ୍ଭ ହେବାରୁ ପରୀକ୍ଷା କରି ଆଖି ରେ ” ଟ୍ରମାଟିକ୍ କ୍ୟାଟ୍ ରାୟ୍ଲ ” ହେତୁ ଅପରେସନ କରାଯାଇଥିଲା । ଆଖିର ପଟି ଖୋଲିବା ପରେ ଲେନ୍ସ୍ ସାହାଯ୍ୟ ରେ ମୌସୁମୀ ଦେଖିପାରିବ ବେଲି ଡାକ୍ତର କହିଥିଲେ । ପ୍ରଥମେ କିଛି ଦିନ ସପ୍ତାହ କୁ ଥରେ ପରେ ୧୫ ଦିନକୁ ଥରେ ଚେକ୍ଅପ୍ ପାଇଁ ଡାକ୍ତର ପରାମର୍ଶ ଦେବାରୁ ମା ଦେବକି କଟକ ଚିକିତ୍ସା ପାଇଁ ଯାଉଥିଲେ। କୌଣସି ସୁଫଳ ଦେଖିନଥିବା ବେଳେ ବାରମ୍ବାର ଯାଇ ଖର୍ଚ୍ଚାନ୍ତ ହେଇସାରିଥିଲେ। ପାଠପଢ଼ା ପାଇଁ ଆଗ୍ରହ ରଖିଥିବା ମୌସୁମୀ ଙ୍କ ଜିବନରେ କଳା ବାଦଲ ଖେଳି ଯାଇଛି । ବାମ ଆଖି ପରେ ଡାହାଣ ଆଖି ମଧ୍ୟ ଧିରେ ଧିରେ ଦୃଷ୍ଟି ଶକ୍ତି କମିବାରୁ ନିତ୍ୟକର୍ମ ପାଇଁ ଡାହାଣ ଆଖି ଯେଉଁ ଟିକିଏ ଦେଖିଯାଉଛି ସେତିକିରେ ବହୁ ଦଃଖ କଷ୍ଟର ଦିନ ବିତୁଛି । ବର୍ତ୍ତମାନ ଅନ୍ୟ କୌଣସି ଉପାୟ ନପାଇ ସରକାରୀ ସ୍ତରରେ ବା କୌଣସି ବଦାନ୍ୟ ବ୍ୟକ୍ତି ଙ୍କ ସହାୟତା କୁ ଚାହିଁ ବସିଛନ୍ତି ମୌସୁମୀ ଙ୍କ ପରିବାର। ଆଶା କରୁଛୁ ଖବର ପ୍ରଶାରଣ ପରେ ମୌସୁମୀ ଙ୍କୁ ସରକାରୀ ସ୍ତରରେ ସହାୟତା ଯୋଗାଇ ଦିଆଯିବ।

LEAVE A REPLY

Please enter your comment!
Please enter your name here