ଗଜପତି ଜିଲ୍ଲାରେ ୫ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

0
236

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ର ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଓ ଜିଲ୍ଲା ବ୍ଲକ ମାନଙ୍କ ରେ ୫ ଟି ରୂପାନ୍ତରିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାରେ ଗତ କିଲି ୫ ଗୋଟି ହାଇସ୍କୁଲ ପ୍ରଥମ ପର୍ଯ୍ୟାୟରେ ଲୋକାର୍ପିତ ହୋଇଛି। ଭିଡିଓ କନଫେରେସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ସ୍କୁଲ ଗୁଡିକକୁ ଲୋକାର୍ପିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଗଜପତି ଜିଲ୍ଲାର ଗୁମ୍ମା ବ୍ଳକ ସରକାରୀ ହାଇସ୍କୁଲ ପରିସରରେ ଏଥି ନିମନ୍ତେ ଏକ ସ୍ୱତନ୍ତ୍ର ସଭା ଅନୁଷ୍ଠିତ ହୋଇଥିଲା।ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଯୋଗ ଦେଇ ଥିଲେ।ପ୍ରଥମ ପର୍ଯ୍ୟାୟରେ ୫ଟି ହାଇସ୍କୁଲ ମଧ୍ୟରୁ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ୩ ଟି ହାଇସ୍କୁଲ ଯଥା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି,ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟ ଗୁରାଣ୍ଡି ଓ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁମ୍ମା ଥିବା ବେଳେ ମୋହନା ନିର୍ବାଚନ ମଣ୍ଡଳୀରେ ୨ ଟି ହାଇସ୍କୁଲ ଯଥା ସରକାରୀ ଉଚ୍ଚ ବିଦ୍ୟାଳୟ ସୀଙ୍କୁଳି ପଦର ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ ଛେଳି ଗଡ଼ ପ୍ରମୁଖ ରହିଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର ୬୦ଟି ହାଇସ୍କୁଲକୁ ଏହି ରୂପାନ୍ତରିତ ହାଇସ୍କୁଲ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଶ୍ରୀ ଅନାମ ଚରଣ ପାତ୍ର ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ଶ୍ରୀ ସରୋଜ କୁମାର ବେହେରା,ବ୍ଳକ ଅଧ୍ୟକ୍ଷା ଶ୍ରୀମତି ଗୀତାଞ୍ଜଳି ଭୂୟାଁ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅନୁପ ଅଭିଷେକ ବେହେରା,ତହସିଲଦାର ଗୁମ୍ମା ଶ୍ରୀଭାସ୍କର ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here