ବୁଗୁଡ଼ାରେ ଆନ୍ତଃମହାବିଦ୍ୟାଳୟ ମହିଳା କବାଡି ଟୁର୍ଣ୍ଣାମେଣ୍ଟ

0
341

ବୁଗୁଡା: ବୁଗୁଡା ପିପୁଲସ କଲେଜର ଖେଳ ପଡ଼ିଆରେ ନଭେମ୍ବର ୩୦ ତାରିଖ ଦିନ ତ୍ରୟୋଦଶତମ ଆନ୍ତଃମହାବିଦ୍ୟାଳୟ ମହିଳା କବାଡି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ମହିଳା କବାଡି ଟୁର୍ଣ୍ଣାମେଣ୍ଟକୁ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ କୁମାର ଦାଶ ଉଦଘାଟନ କରିଥିଲେ। ପିପୁଲସ କଲେଜ କ୍ରୀଡା ସଂଗଠନ ସମ୍ପାଦକ ଅଧ୍ୟାପକ ଅକ୍ଷୟ କୁମାର ସାହୁ ସଂକ୍ଷିପ୍ତ ପରିଚୟ ପ୍ରଦାନ କରିଥିବା ବେଳେ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର, ଅଧ୍ୟାପକ ବିନୋଦ କୁମାର କର, ଅଜୟ କୁମାର ସାହୁ, ଆତ୍ମା ପ୍ରକାଶ ନାୟକ, ଭଗବାନ ସ୍ବାଇଁ ପ୍ରମୁଖ ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପିପୁଲସ କଲେଜରେ ଅନୁଷ୍ଠିତ ଏହି ଆନ୍ତଃମହାବିଦ୍ୟାଳୟ ମହିଳା କବାଡି ଟୁର୍ଣ୍ଣାମେଣ୍ଟରେ ମୋଟ ଛଅ ଗୋଟି ମହାବିଦ୍ୟାଳୟର ମହିଳା କବାଡି ଟିମର ଛାତ୍ରୀବୃନ୍ଦ ଅଂଶ ଗ୍ରହଣ କରିଥିଲେ। ଉଦଘାଟନୀ ମ୍ୟାଚ ବୁଗୁଡା ପିପୁଲସ କଲେଜ ମହିଳା କବାଡି ଟିମ ଓ ବ୍ରହ୍ମପୁର ସିଟି କଲେଜ ମହିଳା କବାଡି ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବୁଗୁଡା କଲେଜ ଟିମ ବିଜୟୀ ହୋଇଥିଲେ। ପ୍ରଥମ ଦିନରେ ଅନୁଷ୍ଠିତ ଅନ୍ୟ ତିନୋଟି ମ୍ୟାଚ ବୁଗୁଡା ଓ ସୋରଡ଼ା ଟିମ, ଆସିକା ଓ କେନ୍ଦୁବାଡି ଟିମ ଏବଂ ଆସିକା ଓ ରାଇକିଆ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା କାଲି ଟୁର୍ଣ୍ଣାମେଣ୍ଟର ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here