ଭୋଟର ତାଲିକା ସଂଶୋଧନ ବୈଠକ ଅନୁଷ୍ଠିତ

0
292

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ସମ୍ବିଳନୀକକ୍ଷ ଠାରେ ଆଜି ଭୋଟ ର ତାଲିକା ସଂଶଧନ କାର୍ଯ୍ୟକ୍ରମ ନିମନ୍ତେ, ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୋଷାଗୁମୁଡ଼ା ବ୍ଲକ ର ୨୬ ଗୋଟି ପଞ୍ଚାୟତ ର ଭୋଟର ମାନଙ୍କର ତାଲିକା ର ସଂଶଧନ ଓ ନୂତନ ଭୋଟରଙ୍କୁ ଅନଲାଇନ “ଗରୁଡ ଆପ” ମାଧ୍ୟମରେ କରିବାକୁ ନେଇ ,ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସହ ଆଲୋଚନା ହୋଇଥିଲା । ଏହି ଭଟର ତାଲିକା ସଂଶଧନ ର କାର୍ଯ୍ୟକ୍ରମ ର ସୁପରିଚାଳନା ସହ କାର୍ଯ୍ୟକ୍ରମ କୁ ତଦାରଖ ନିମନ୍ତେ,ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋଷାଗୁମୁଡ଼ା ଓ ଜି, ପି, ଓ,ଙ୍କୁ ଦାଇତ୍ୱ ବୋଧ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର ଙ୍କ ଅତିରିକ୍ତ ସଚିବ ଶ୍ରୀ ରଞ୍ଜନ ବିଶ୍ବାଳ,କୋଡ଼ିଙ୍ଗା ତହସିଲଦାର ଶ୍ରୀ ଶିବପ୍ରସାଦ ପଟନାୟକ, ଭାରପ୍ରାପ୍ତ କୋଷାଗୁମୁଡ଼ା ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଜୟ ପ୍ରକାଶ ଦିଶାରୀ, ସହକାରୀ ନବରଙ୍ଗପୁର ଜିଲ୍ଲାପାଳ ନିର୍ବାଚନ ଶ୍ରୀ ନିର୍ମଳ ନାୟକ, ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସହକାରୀ ଜିଲାପାଳ ଶ୍ରୀ ଚୈନୁ ଗଣ୍ଡ, ଜିଲାପାଳ ଙ୍କ ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ଅଶୋକ ଚକ୍ରବର୍ତ୍ତୀ,କୋଷାଗୁମୁଡ଼ା ଜି,ପି,ଓ ଶ୍ରୀ ତ୍ରିଲୋଚନ ଛନ୍ଚାଣ ଓ ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ସୁରେନ୍ଦ୍ର ମହନ ଦାସ ଙ୍କ ସହ କୋଷାଗୁମୁଡ଼ା ବ୍ଲକ ର ନିର୍ବାଚନ ଦାୟିତ୍ବରେ ଥିବା ପଦାଧିକାରୀ ଉପସ୍ଥିତ ରହି ପରିଚାଳନା କରିଛନ୍ତି ।

ରିପୋର୍ଟ:ଯୋଗେନ୍ଦ୍ର ମହାନ୍ତି

LEAVE A REPLY

Please enter your comment!
Please enter your name here