ଅବକାରୀ ବିଭାଗର ଚଡାଉ , ଦୁଇ ଗିରଫ

0
392

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତ ଙ୍କ ନିର୍ଦେଶ କ୍ରମେ ଓ ନବରଙ୍ଗପୁର ଅବକାରୀ ଇନ୍ସପେକ୍ଟର ସୁଧୀର କୁମାର ସାହୁ ଙ୍କ ନେତୃତ୍ୱରେ କୋଡ଼ିଙ୍ଗା ଅବକାରୀ ବିଭାଗ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବହୁ ମାତ୍ରାରେ ମଦ , ପୋଚ ସହ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ବଡ଼ଆମ୍ବଡା , ରାଣୀଗୁଡା , କୋଣ୍ଡାପଦର , ହଳଦୀଗୁଡା , ଟେମେରା , ମାଳିଆଟିଗାଁ , କୋଦଭଟ୍ଟା , ଘଡାଧନୁଆ , ସନ୍ତୋଷପୁର ଗ୍ରାମ ଉପରେ ଚଢ଼ାଉ କରି ପ୍ରାୟ ୩୦ ଲିଟର ଦେଶୀ ମଦ ଓ ପ୍ରାୟ ୭୦୦ ଲିଟର ମହୁଲ ପୋଚ କୁ ଜବତ କରି ବିଭାଗ ପକ୍ଷରୁ ସେଗୁଡାକୁ ନଷ୍ଟ କରାଯାଇଥିଲା । ଏହି ଚୋରା ମଦ କାରବାରରେ ବଡ଼ଆମ୍ବଡା ଗ୍ରାମର ଗୋବିନ୍ଦ ଭତରା ଓ ହଳଦୀଗୁଡା ଗ୍ରାମର ପର୍ଶୁରାମ ଭତରା ଏହି ୨ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ମିଳିଛି । ଏହି ଚଡାଉରେ କୋଡ଼ିଙ୍ଗା ଅବକାରୀ ଉପ ନିରୀକ୍ଷକ ହର ପ୍ରସାଦ ରାଣା , ସହଉପ ନିରୀକ୍ଷକ ରାଜେନ୍ଦ୍ର ପଟ୍ଟନାୟକ , କୋଡ଼ିଙ୍ଗା ଅବକାରୀ ସହ ଉପନିରୀକ୍ଷକ ଜଗବନ୍ଧୁ ଯାନୀ , ବଡ଼ଆମ୍ବଡା ଫାଣ୍ଡି ଅଧିକାରୀ ଗୋପାଳ କୃଷ୍ଣ ହଲବା ଅବକାରୀ କନେଷ୍ଟବଳ ଦେବେନ୍ଦ୍ର ସମରଥ , ଆକ୍ରମ ଖାନ , ଗତୁଳ ନାୟକ , ସାନୁ ସେଠିଆ , ରୀନା ବଡ଼ନାୟକ ଓ ବଡ଼ଆମ୍ବଡା ପୁଲିସ ପ୍ରମୁଖ ସାମିଲ ଥିଲେ ।
ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here