ପୋଖରୀରେ ବୁଡି ନାବଳିକାର ମୃତ୍ୟୁ

0
277

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ବଡ଼ଆମ୍ବଡା ଫାଣ୍ଡି ଅନ୍ତର୍ଗତ ଉକିଆପାଲି ପଞ୍ଚାୟତ ନୂଆଗୁଡା ଗ୍ରାମରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା , ପୋଖରୀରେ ଭାଇ , ଭଉଣୀ ଗାଧେଇବାକୁ ଯାଇ ଜଣେ ୫ ବର୍ଷର ନାବାଳିକା ର ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ନୂଆଗୁଡା ଗ୍ରାମର ସୁକଦେଵ ଭତରା ଙ୍କ ପୁଅ ଶିବ ଭତରା (୧୦) ଓ ଝିଅ ସଂଯୁକ୍ତା ଭତରା (୫) ଦୁହେଁ ସକାଳୁ ଗ୍ରାମକୁ ଲାଗିଥିବା ଲିମ୍ବବନ୍ଧ ନାମକ ପୋଖରୀରେ ଗାଧେଇବା ପାଇଁ ଯାଇଥିଲେ । ଦୁହେଁ ଏକ ଟାୟାର ଟ୍ୟୁବ ସାହାଯ୍ୟ ରେ ପୋଖରୀରେ ପହଁରି ପହଁରି ଖେଳୁଥିବା ସମୟରେ ୫ ବର୍ଷର ନାବାଳିକା କନ୍ୟା ହଟାତ ଟ୍ୟୁବରୁ ଖସିପଡି ପାଣିରେ ବୁଡିଯାଇଥିଲା । ଏନେଇ ପରିବାର ଲୋକେ ବଡ଼ଆମ୍ବଡା ଫାଣ୍ଡିକୁ ଖବର ଦେବାରୁ ଫାଣ୍ଡି ଅଧିକାରୀ ଘଟଣା ସ୍ଥାନରେ ପହଞ୍ଚି ନାବଳିକାର ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ କୋଷାଗୁମୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଶବ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ଥାନାରେ ୧୨/୨୧ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ପୁଲିସ । ନାବଳିକାର ମୃତ୍ୟୁ ରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here