ରାଜ୍ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ମୁଁ ବି ହେବି ଭୋଟର” କାର୍ଯ୍ୟକ୍ରମ ଅନୁଷ୍ଠିତ

0
315

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ସ୍ଥିତ ରାଜ୍ ଚାଉଁରୀଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ରେଡକ୍ରସ୍ ଓ ଭୋଟର ସାକ୍ଷରତା କ୍ଳବ୍ ଆନୁକୁଲ୍ୟରେ “ମୁଁ ବି ହେବି ଭୋଟର” କାର୍ଯ୍ୟକର୍ମ ଅନୁଷ୍ଠିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପର୍ଯ୍ୟବେକ୍ଷକ ଅତିରିକ୍ତ ସଚିବ ଦକ୍ଷିଣାଞ୍ଚଳ ରାଜସ୍ବ ଡିଭିଜନର ରଞ୍ଜନ କୁମାର ବିଶ୍ଵାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବାବେଳେ ଡେପୁଟି କଲେକ୍ଟର ନିର୍ମଳ କୁମାର୍ ନାୟକ , ସହାୟକ ଜିଲ୍ଲାପାଳ ଚୈନୁ ଗଣ୍ଡ , ସ୍ଥାନୀୟ ତହସିଲଦାର ଶିବ ପ୍ରସାଦ ପଟ୍ଟନାୟକ , ଅତିରିକ୍ତ ତହସିଲଦାର ସବ୍ୟସାଚୀ ଜେନା , କୋଷାଗୁମୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ବୀରେନ୍ଦ୍ର ପାଢ଼ୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ। ଅନୁଷ୍ଠାନର ଉପାଧ୍ୟକ୍ଷ ବିବେକ କୁମାର୍ ମହାଳିକ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିବା ବେଳେ ରେଡକ୍ରସ୍ ଜିଲ୍ଲା ସଂଜଯୋକ ତଥା କାଉନସିଲର ଅଖିଳ କୁମାର ଭଟ୍ଟ ସ୍ବାଗତ ଭାଷଣ ପ୍ରଦାନ କରି ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟଅତିଥି ଅନୁଷ୍ଠାନର ଯୁବ ରେଡକ୍ରସ୍ ବିଭାଗ ଭୋଟର ତାଲିକା ସ୍ଵତନ୍ତ୍ର ସଂକ୍ଷିପ୍ତ କର୍ଯ୍ୟକରମ ଭଳି ଅନେକ ସଚେତନ ତା କର୍ଯ୍ୟକର୍ମ ଆୟୋଜନ କରୁଥିବାରୁ ଭୁରୀୟସି ପ୍ରଶଂସା କରିଥିଲେ । ତତ୍ ସହିତ ଆଗାମୀ ଜାନୁଆରୀ ୧/୧/ ୨୦୨୨ ରିଖ ସୁଦ୍ଧା ଯେଉଁମାନେ ୧୮ ବର୍ଷରେ ପଦାର୍ପଣ କରୁଛନ୍ତି ସେମାନେ ଭୋଟର ତାଲିକାରେ ସେମାନଙ୍କ ନାମକୁ ସଂଯୋଗ କରି ପୃଥିବୀର ବୃହତ୍ତମ ଗଣତ୍ରନ୍ତକୁ ସୁଦୃଢ କରିବାରେ ସହାୟକ ହୋଇ ପାରିବ ବୋଲି ମତ ଦେଇ ଥିଲେ। ଶେଷରେ ଓଡ଼ିଆ ଅଧ୍ୟାପକ ଡ. ରବି ନାରାୟଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବରିଷ୍ଠ ରାଜସ୍ୱ ସହାୟକ ଅଶୋକ କୁମାର୍ ଚକ୍ରବର୍ତ୍ତୀ ,ଅନୁଷ୍ଠାନର ଅଧ୍ୟାପକ ପଞ୍ଚାନନ ଦୁରିଆ, ସୀମାଞ୍ଚଳ ପଟ୍ଟନାୟକ, ରାକେଶ ମଲ୍ଲିକ, ଈଶ୍ୱର ମାଝୀ, ଯାଦବ ପ୍ରସାଦ ମହାନ୍ତି ଙ୍କ ସହ ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇଥିଲେ।
ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here