ଗୋଆ ପରେ ଓଡ଼ିଶାରେ ଲାଗୁ ହେବ ଦେଶର ଦ୍ଵିତୀୟ‘ସିଟିଜେନ୍ ରିପୋର୍ଟି˚’

0
686

କଟକ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ‘ସିଟିଜେନ୍ ରିପୋର୍ଟି˚’ ମୋବାଇଲ୍ ଆପ୍ଲିକେସନ୍ ଜରିଆରେ ଏଣିକି ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ଗାଡ଼ି ଚାଳକଙ୍କୁ ଧରିବେ ସାଧାରଣ ନାଗରିକ । ଗାଡ଼ି ଚଳାଉଥିବା ବେଳେ ନିୟମ ଖିଲାପ କରୁଥିବା ଚାଳକଙ୍କ ଫଟୋ କିମ୍ବା ଭିଡିଓ ଯେ କୌଣସି ନାଗରିକ ନିଜ ମୋବାଇଲ୍ରେ ରେକର୍ଡ କରି ପରିବହନ କମିସନରଙ୍କ କାର୍ଯ୍ୟାଳୟକୁ ପଠାଇ ପାରିବେ। ଏଥିପାଇଁ ‘ସିଟିଜେନ୍ ରିପୋର୍ଟି˚’ ନାମରେ ଏକ ମୋବାଇଲ୍ ଆପ୍ଲିକେସନ୍ ରାଜ୍ୟରେ ପ୍ରଥମ ଥର ଆରମ୍ଭ ହେବାକୁ ଯାଉଛି। ଏହି ଆପ୍ଲିକେସନ୍ ଜରିଆରେ ଖିଲାପିଙ୍କ ଗାଡ଼ି ନମ୍ବର ସହିତ କି ପ୍ରକାର ଟ୍ରାଫିକ ନିୟମ ସମ୍ପୃକ୍ତ ଚାଳକ ଖିଲାପ କରିଛନ୍ତି, ଏହାର ଫଟୋ କିମ୍ବା ଭିଡିଓ ରେକର୍ଡ କରି ଉକ୍ତ ଆପ୍ଲିକେସନ୍ରେ ଅପ୍ଲୋଡ୍ କରିବେ। ଏ ପ୍ରକାର ଯୋଜନା ଗୋଆ ପରେ ଦେଶର ଦ୍ଵିତୀୟ ରାଜ୍ୟ ଭାବେ ଓଡ଼ିଶାରେ ଲାଗୁ ହେବାକୁ ଯାଉଛି। ଫଟୋ କିମ୍ବା ଭିଡିଓ ପଠାଇଥିବା ସାଧାରଣ ନାଗରିକଙ୍କୁ ପରିବହନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଏହି ସବୁ ତଥ୍ୟ ପଠାଇବା ପୂର୍ବରୁ ପ୍ରଥମେ ନାମ ପଞ୍ଜିକରଣ କରିବାକୁ ପଡ଼ିବ। ପରେ ଏକ ୟୁଜର ନେମ ଏବ˚ ପାସ୍ୱାର୍ଡ ମିଳିବ। କେହି ଚାହିଁଲେ ନିଜ ନାମ ମଧ୍ୟ ଗୋପନ ରଖିପାରିବେ। ପରିବହନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ନାମ ପ୍ରକାଶ କରାଯିବ ନାହିଁ।ଫଟୋ ସହିତ ଜିଓ ଟ୍ୟାଗି˚ କରାଯିବ। ଏଭଳି କଲେ ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନରୁ ଫଟୋ ଉଠାଯାଇଛି, ସେ ସମ୍ପର୍କରେ ସ୍ପଷ୍ଟ ଭାବେ ଜଣାପଡ଼ିପାରିବ। ଗାଡ଼ି ନମ୍ବର ସହିତ ଚାଳକ କେଉଁ ପ୍ରକାର ଟ୍ରାଫିକ ନିୟମ ଉଲ୍ଲଘଂନ କରିଛନ୍ତି, ପରିବହନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଯାଞ୍ଚ କରି ନିୟମ ଖିଲାପିଙ୍କ ଠିକଣାରେ ଚାଲାଣ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି ।
ଗୋଆରେ ଟ୍ରାଫିକ ନିୟମ ଖିଲାପିଙ୍କୁ ସାବାଡ଼ କରିବା ପାଇଁ ଏନ୍ଆଇସି (ନ୍ୟାସ୍ନାଲ ଇନ୍ଫରମେସନ୍ ସେଣ୍ଟର) ପକ୍ଷରୁ ‘ସିଟିଜେନ୍ ରିପୋର୍ଟି˚’ ବ୍ୟବସ୍ଥା ଚଳିତ ବର୍ଷ ଆରମ୍ଭ ହୋଇଛି। ମୋଟର ଯାନ ଆଇନର ଭିନ୍ନ ଭିନ୍ନ ନିୟମ ଖିଲାପର ଫଟୋ ଏବ˚ ଭିଡିଓ ରେକର୍ଡ ପାଇଁ ପୃଥକ ପଏଣ୍ଟ ରେକର୍ଡ କରୁଥିବା ସାଧାରଣ ନାଗରିକଙ୍କୁ ଦିଆଯିବ। ପ୍ରତି ୧୦୦ ପଏଣ୍ଟରେ ୧ ହଜାର ଟଙ୍କା ଲେଖାଏ ଅର୍ଥରାଶୀ ଦେବାକୁ ଯୋଜନା କରାଯାଉଥିବା କୁହାଯାଉଛି। । ପୂର୍ବରୁ ଏ ପ୍ରକାର କାର୍ଯ୍ୟକ୍ରମ ଗୋଆରେ ସଫଳ ହୋଇଥିବା ବେଳେ ସେହି ଶୈଳୀରେ ଓଡ଼ିଶାରେ ଆରମ୍ଭ ହେବାକୁ ଥିବାରୁ ପରିବହନ କମିସନଙ୍କ କାର୍ଯ୍ୟାଳୟର ୩ ଜଣ ବରିଷ୍ଠ ଅଧିକାରୀ ଖୁବ ଶୀଘ୍ର ଗୋଆ ଯାଇ ବ୍ୟବସ୍ଥାର ଅନୁଧ୍ୟାନ କରିବେ।

LEAVE A REPLY

Please enter your comment!
Please enter your name here