ପ୍ରାଥମିକ ଶିକ୍ଷକମାନଙ୍କୁ ପଦୋନ୍ନତି ଦେବାକୁ ଦାବିପତ୍ର ପ୍ରଦାନ

0
272

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲାର ପ୍ରାଥମିକ ଶିକ୍ଷକମାନଙ୍କ ପଦୋନ୍ନତି ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପାଦନ କରିବା ପାଇଁ ଶୁକ୍ରବାର କୋଷାଗୁମୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲା ଶିକ୍ଷାଅଧିକାରୀ ଙ୍କୁ ବ୍ଲକ ଶିକ୍ଷାଅଧିକାରୀ ଙ୍କ ଜରିଆରେ ପ୍ରଦାନ କରାଯାଇଛି । ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି କି , ଗତ ସେପ୍ଟେମ୍ବର ମାସରେ ନିର୍ଦ୍ଧାରିତ ସମୟ ତା ୩୦/୦୯/୨୧ ରିଖ ସୁଦ୍ଧା ଲେବେଲ V(A) ରୁ ଲେବେଲ V(B), ଲେବେଲ V(B) ରୁ ଲେବେଲ IV କୁ , ଲେବେଲ IV ରୁ ଲେବେଲ III କୁ ପ୍ରାଥମିକ ଶିକ୍ଷକ ମାନଙ୍କ ପଦୋନ୍ନତି କରିବାକୁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ଵାରା ପ୍ରସ୍ତୁତ ଚିଠି ତାଲିକା ଓ ନିର୍ଦେଶନାମାକୁ କିଛି ଶିକ୍ଷକ ନେତାଙ୍କ ଦ୍ଵାରା ବିରୋଧ କରାଯିବା ପରେ ଏହାକୁ ଜିଲ୍ଲା ସ୍ତରୀୟ କାଉନ୍ ସେଲିଂ ମାଧ୍ୟମରେ କରିବା ପାଇଁ ସ୍ଥିର କରାଯାଇଥିଲା । ଏଥି ସମ୍ପର୍କରେ ଚଳିତ ମାସ ୩୦ ତାରିଖ ଠାରୁ ଶିକ୍ଷକ ମାନଙ୍କ ବରିଷ୍ଠତା ଅନୁଯାୟୀ ଅଗ୍ରୀଧିକାର କ୍ରମେ ପୋଷ୍ଟିଂ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦେଶନମା ପତ୍ର ସଂଖ୍ୟା ୬୧୭୦ ତା ୨୨/୧୦/୨୧ ରିଖରେ ପ୍ରକାଶ ପାଇଥିଲା । କିନ୍ତୁ କିଛି ନ୍ୟସ୍ତ ସ୍ୱାର୍ଥ ଶିକ୍ଷକ ନେତାଙ୍କ ଅନଧିକୃତ ଦାବି କ୍ରମେ ଏହାକୁ ସ୍ଥଗିତ ରଖାଯାଇଛି । ଏହା ଫଳରେ ଅଧିକାଂଶ ଶିକ୍ଷକଙ୍କ ଭବିଷ୍ୟତ ପଦୋନ୍ନତିରେ ଅକାରଣ ଆଶଙ୍କା ସୃଷ୍ଟି କରୁଛି ।ସେହି ଶିକ୍ଷକ ମାନଙ୍କ ବ୍ୟକ୍ତିଗତ ଫାଇଦା ଉଠାଇବା ତଥା ସେମାନଙ୍କର ପଦୋନ୍ନତିରେ କୌଣସି ଆର୍ଥିକ ଲାଭ ନଥିବାରୁ ଅନ୍ୟ ଶିକ୍ଷକ ମାନଙ୍କ ପଦୋନ୍ନତି ରେ ଜାଣିଶୁଣି ଅନ୍ତରାୟ ସୃଷ୍ଟି କରୁଛନ୍ତି । ଏହି ଘଟଣା ଆମ ଭଳି ଶିକ୍ଷକ ମାନଙ୍କୁ ଚରମ ମାନସିକ ଆଘାତ ଦେଉଛି । ଏଣୁ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ନିର୍ଦେଶ ଅନୁସାରେ ପୂର୍ବେ ନିର୍ଦ୍ଧାରିତ ତାରିଖରେ ଦାବି ପୂରଣ କରିବାକୁ ଶିକ୍ଷକ ସଂଘ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ବ୍ଲକ ଶିକ୍ଷକ ସଂଘ ସଭାପତି ବାବେନ୍ଦ୍ର ନାୟକ , ସମ୍ପାଦକ ସୀତାରାମ ପନକା , ଉପଦେଷ୍ଟା ଧନସିଂ ମାଝୀ ଙ୍କ ସହ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here