ରାସାୟନିକ ସାରର କଳାବଜାରୀ : କୃଷି ବିଭାଗ ନିରବ ଦ୍ରଷ୍ଟା

0
259

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ହେଉଛି ପାହାଡ଼ ପର୍ବତ ଘୋରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏଠାକାର ମୁଖ୍ୟ ଜୀବନ ଜୀବିକା ହେଉଛି କୃଷି କୃଷିଭିତ୍ତିକ କାର୍ଯ୍ୟ। ଜିଲ୍ଲାରେ ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଚଳିଥାନ୍ତି । ଜିଲ୍ଲାରେ ୭ଟି ବ୍ଳକ ମଧ୍ୟରୁ କାଶୀ ନଗର ଏବଂ ଗୋଶାଣି ବ୍ଳକରେ ଅଧିକ ଧାନ ଚାଷ ହୋଇଥାଏ । ଖରିଫ ଧାନ ଚାଷ ପାଇଁ ବର୍ତ୍ତମାନ ସାରର ଆବଶ୍ୟକ ଅଧିକ ଥିବାବେଳେ କୃତିମ ଅଭାବ ଦେଖାଦେଇଛି। ଏହି ଅଞ୍ଚଳରେ ରାସାୟନିକ ସାରର କଳା ବଜାରୀ ବୃଦ୍ଧି ପାଉଥିବା ବେଳେ ରାସାୟନିକ ସାରର କଳାବଜାରୀ ନିୟନ୍ତ୍ରଣ କରିବାରେ କୃଷି ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଥିବାର ଦେଖାଯାଇଛି । ଯାହା ଫଳରେ ଚାଷୀ ବହୁତ ହଇରାଣ ହରକତ ହେବା ସାଙ୍ଗକୁ ଅଧିକା ଟଙ୍କା ଦେଇ ସାର କିଣିବାକୁ ବାଧ୍ୟ ହେଉଛନ୍ତି । ରାସାୟନିକ ସାରର ଅଭାବ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିବା ସହ ଦାଦନ ଖଟି ଯିବାପାଇଁ ରାସ୍ତା ଉନ୍ମୋଚ ହୋଇଯାଇଛି। ସାରର କଳାବଜାରୀ ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଢ଼ ପଦକ୍ଷେପ ନେଲେ ଚାଷୀ କୁଳ ଉପକୃତ ହେବେ ବୋଲି ଆଶା କରାଯାଉଛି । ଅପରପକ୍ଷରେ ୪୬ ତମ ଜିଲ୍ଲା ପରିଷଦ ବୈଠକରେ କୃଷି ବିଭାଗକୁ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ମାନେ ବଜାରରେ ସାରର କଳା ବଜାରୀ ହେଉଥିବାର ଉପରେ ତଥ୍ୟ ଉପସ୍ଥାପନ କରିଥିଲେ ମଧ୍ୟ ତା ଉପରେ କୃଷି ବିଭାଗ ବର୍ତ୍ତମାନ ପର୍ଯ୍ୟନ୍ତ କୋୖଣସି ପଦକ୍ଷେପ ନ ନେଇ ନାହାଁନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକା କୃଷକ ଏବଂ କୃଷି ଉପରେ ଯେଉଁ ପ୍ରକାର ପ୍ରାଧାନ୍ୟ ଦେଇଛନ୍ତି ତାହାର ବିପରୀତ ବିଷୟ ଜିଲ୍ଲାର କୃଷି ବିଭାଗୀୟ ଅଧିକାରୀମାନଙ୍କ ଠାରୁ ଦେଖିବାକୁ ମିଳୁଛି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here