କୋଳଥିଆ ନାଗ ସାପ ଉଦ୍ଧାର

0
356

ମୋହନା (ନ୍ୟୁଜ୍ ଏକ୍ସଟ୍ରା) ଗଜପତି ଜିଲ୍ଲା ମୋହନା ସ୍ଥିତ ଭଗ୍ନ ଅବସ୍ଥାରେ ରହିଥିବା ଶ୍ରୀ ସତ୍ୟସାଇ ବାବା ଙ୍କ ମନ୍ଦିର ନିକଟରେ ଥିବା ଏକ ପରିତ୍ୟକ୍ତ ଘର ସମ୍ମୁଖର ପଥର ଗଦା ରୁ ଏକ ବିଷାକ୍ତ କୋଳଥିଆ ନାଗ ସାପ କୁ ଉଦ୍ଧାର କରିଛି ମୋହନା ବନ ବିଭାଗ, ସାପ ଟି କିଛିଦିନ ଧରି ଅଞ୍ଚଳରେ ବୁଲୁଥିବା ସ୍ଥାନୀୟ ଜନ ସାଧାରଣ ଦେଖି ଆସୁଥିଲେ l ସୋମବାର ଅପରାହ୍ନ ସମୟରେ ଉକ୍ତ ସାପ ଟି ପଥର ଗଦା ମଧ୍ୟରେ ପଶୁଥିବା ଦେଖି ଲୋକେ ବନ ବିଭାଗ କୁ ଖବର ଦେଇଥିଲେ ବନ ବିଭାଗ କର୍ମଚାରୀ କେଦାର ବେହେରା,ରାଜା ବେହେର୍ଦ୍ଦଳାଇ ଏବଂ ଗଣେଶ ବେହେରା ଘଟଣା ସ୍ଥଳରେ ପହଞ୍ଚି ସାପ ଧରା କ୍ଲଚର୍ ସାହାଯ୍ୟ ରେ ସାପ ଟି କୁ କାବୁ କରିବା ସହିତ ସୁରକ୍ଷିତ ଭାବେ ସ୍ଥାନୀୟ ଅଠରନଳା ଜଙ୍ଗଲ ରେ ଛାଡି ଦେଇଛନ୍ତି l

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here