ଦୀପାବଳି ଉପଲକ୍ଷେ ବିଧାୟକ ବାଣ୍ଟିଲେ ଦା

0
314

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ପବିତ୍ର ଦୀପାବଳି ଉପଲକ୍ଷେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ କୋଷାଗୁମଡା ବ୍ଲକ କୋଡ଼ିଙ୍ଗା ପଞ୍ଚାୟତ ଠାରେ ମା,ଭଉଣୀମାନଙ୍କୁ ଧାନ କାଟିବା ପାଇଁ ଇଲା ଓ ଦା ପ୍ରଦାନ କରିଥିବା ଦେଖିବାକୁ ମିଳିଛି । ପ୍ରତ୍ୟକ ବର୍ଷ ବିଧାୟକ ଶ୍ରୀ ରନ୍ଧାରୀ ନିଜ ନିର୍ବାଚନ ମଣ୍ଡଳୀ ରେ ଧାନ କଟା ସମୟରେ ଗାଁ ଗାଁ ବୁଲିକୁଲି ମଜୁରୀ କରୁଥିବା ପ୍ରତ୍ୟକ ମହିଳା ମାନଙ୍କୁ ଧାନ କାଟିବା ସମୟରେ ଇଲା ଓ ଦା ବଣ୍ଟନ କରିଥାନ୍ତି । ପ୍ରକାଶ ଥାଉକି ବିଧାୟକ ଙ୍କ ଦେହ ଅସୁସ୍ଥ ଥିବା ଯୋଗୁଁ ସେ ଭୁବନେଶ୍ୱର ଠାରେ ଚିକିତ୍ସିତ ହେଉଥିଲେ । ତାଙ୍କର ଗୋଟିଏ ଗୋଡ଼ ରେ ଅସ୍ତ୍ରୋପଚାର କରାଯାଇଥିଲା । ସେ ସୁସ୍ଥ ହୋଇ ଭୁବନେଶ୍ୱର ରୁ ଫେରି ନିଜ ନିର୍ବାଚନ ମଣ୍ଡଳୀ କୁ ଗୋଡ଼ର ପ୍ଲାଷ୍ଟର ଥାଇ ମଧ୍ୟ ନିଜ ସେବାରେ ନିୟୋଜିତ ରହିଥିବା ଦେଖିବାକୁ ମିଳିଛି । ଆଜିର ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ବିଧାୟକ ଶ୍ରୀଯୁକ୍ତ ମନୋହର ରନ୍ଧାରୀଙ୍କ ସହ କୋଷାଗୁମୁଡା ଯୋନ ବ୍ଲକ ସଭାପତି ଗୁପ୍ତ ପଟ୍ଟନାୟକ , ଜିଲ୍ଲା ଯୁବ ବିଜେଡି ଉପସଭାପତି ସଞ୍ଜୟ କୁମାର ପଟ୍ଟନାୟକ ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here