ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଦ୍ୱାରା ଜନ୍ମଭୂମି ଓ କର୍ମଭୂମି ପୁସ୍ତକ ଲିଖିତ

0
270

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ର ଶକ୍ତିନଗର ସାହିର ହିନ୍ଦୀ ଶିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ପାତ୍ର ଜନ୍ମଭୂମି ଓ କର୍ମଭୂମି ପୁସ୍ତକ ଲେଖିଥିବାବେଳେ ଏହି ପୁସ୍ତକରେ କୋଦଳା ଓ ଆଖ ପାଖ ଅଞ୍ଚଳ ର ବାସ୍ତବ ବିଷୟ ବସ୍ତୁ ଉପରେ ଆଧାରିତ ଅଟେ । ପାଞ୍ଚ ଦଶନ୍ଧି ର ଇତିହାସ କୁ ନେଇ ଏହି ପୁସ୍ତକଟି ଲେଖାଯାଇ ଥିବା ବେଳେ ଏହି ଲେଖାଉପରେ ନେଇ ଖୁବ୍ ପ୍ରଶଂସା କରିଛନ୍ତି ସାହିତ୍ୟିକ ଓ ବୁଦ୍ଧିଜୀବୀ ମାନେ । ଶ୍ରୀ ପାତ୍ର ନିଜ ଚାକିରୀ ଜୀବନ ୧୯୬୫ ମସିହାରେ ଆରମ୍ଭ କରିଥିବା ବେଳେ ସେ ପ୍ରଥମେ ଷୋଡକ ଏମିସ୍କୁଲ ରେ ଯୋଗଦାନ କରିଥିଲେ । ପରବର୍ତ୍ତୀ ସମୟରେ ୧୯୬୭ ମସିହାରେ କୋଦଳା ସ୍ବର୍ଣ୍ଣମୟୀ ହାଇସ୍କୁଲ ରେ ହିନ୍ଦୀ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ । ୨୦୦୫ ରେ ନିଜ ଚାକରି ଜୀବନରୁ ଅବସର ଗ୍ରହଣ କରିଥିଲେ । ଶ୍ରୀ ପାତ୍ର ଏକା ସାଙ୍ଗରେ ଜଣେ ଆଦର୍ଶ ଶିକ୍ଷକ ସହ ଡ୍ରାମା ନିର୍ଦ୍ଦେଶକ ,ଲେଖକ ଓ କ୍ରୀଡ଼ାପ୍ରେମୀ ଅଟନ୍ତି ।

ରିପୋର୍ଟ:ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here