ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମୀକ୍ଷା ବୈଠକ

0
231

ବୁଗୁଡା : ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଅକ୍ଟୋବର ୧୯ ତାରିଖ ଦିନ, ସ୍ଥାନୀୟ ପିପୁଲସ ହାଇସ୍କୁଲ ପରିସରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ବୁଗୁଡା ବିଇଓ ପ୍ରଶନ କୁମାର ବେହେରା, ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଓ ପିପୁଲସ ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ଼ଙ୍କ ସମେତ ବୁଗୁଡା ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ ବୃନ୍ଦ ଓ ସମସ୍ତ ସିଆରସିସି ବୃନ୍ଦ ଯୋଗ ଦେଇଥିଲେ। ସମୀକ୍ଷା ବୈଠକରେ ବିଇଓ ଶ୍ରୀ ବେହେରା ଓ ଏବିଇଓ ଶ୍ରୀ ସେନାପତି, ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ବୃନ୍ଦ ବିଦ୍ୟାଳୟରେ ଅଧ୍ୟୟନ କରିବାକୁ ଅକ୍ଟୋବର ୨୫ ତାରିଖ ଠାରୁ ଆସିବାକୁ ଥିବା ବେଳେ କିପରି ଶ୍ରେଣୀ ପରିଚାଳିତ ହେବ ଉପସ୍ଥିତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଓ ସିଆରସିସି ମାନଙ୍କୁ ବୁଝାଇଥିଲେ। ଏଥିସହ ବିଦ୍ୟାଳୟ ପରିସର ପରିଷ୍କାର ଓ ପରିଚ୍ଛନ୍ନତା, ପାନୀୟ ଜଳ ବ୍ୟବସ୍ଥା ସହ ସରକାରଙ୍କ କୋଭିଡ ନୀୟମ କଡାକଡି ଭାବେ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଆସନ୍ତା ଅକ୍ଟୋବର ୨୨, ୨୩ ଓ ୨୪ ତାରିଖ ତିନିଦିନ ବ୍ୟାପି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାଙ୍କ ୨୦୨୧-୨୨ ଶିକ୍ଷା ବର୍ଷର ଶିକ୍ଷାଦାନ ଓ ମୂଲ୍ୟାୟନ ବିଷୟରେ ତାଲିମ ହେବା ବିଷୟ ନେଇ ମଧ୍ୟ ବିଇଓ ଶ୍ରୀ ବେହେରା ପ୍ରକାଶ କରିଥିଲେ।
ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here