ମାଣିତରା ଓ ଖୋଳଖାଳି ରେ ମାଆ ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ

0
230

ବୁଗୁଡା : ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଓ ଖୋଳଖାଳି ଗ୍ରାମରେ ମାଆ ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ କୋଭିଡ ନିୟମ ପାଳନ ସହ ଅନୁଷ୍ଠିତ ହୋଇଯାଇଛି। ଉଭୟ ଗ୍ରାମରେ ମାଆଙ୍କ ମୃଣୟ ମୂର୍ତ୍ତି ସ୍ଥାପନ ସହ ଆକର୍ଷଣୀୟ ମେଢ଼ ନିର୍ମାଣ ସହ ବିଧି ଅନୁସାରେ ଅକ୍ଟୋବର ୧୯ ତାରିଖ ସନ୍ଧ୍ୟାରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ମାଣିତରା ରେ ମାଆଙ୍କ ପୂଜାକାର୍ଯ୍ୟ ପୁରୋହିତ କୁମୁଦ ଚନ୍ଦ୍ର ମିଶ୍ର ସମ୍ପାଦନା କରିଥିବା ବେଳେ କାର୍ତ୍ତଭାବେ ହରିକୃଷ୍ଣ ପ୍ରଧାନ କାର୍ଯ୍ୟ ତୁଲାଇଥିଲେ। ମାଣିତରା ଗଜଲକ୍ଷ୍ମୀ ପୂଜାକମିଟି ସଭାପତି କାଳୁ ଚରଣ ପ୍ରଧାନ ଓ ଅନ୍ୟାନ୍ୟ କର୍ମକର୍ତ୍ତା ବୃନ୍ଦ ପୂଜା ପରିଚାଳନା କରିଥିଲେ। ସେହିପରି ଖୋଳଖାଳି ଗ୍ରାମରେ ମଆ ଙ୍କ ପୂଜାର୍ଚ୍ଚନା ପୁରୋହିତ ବନମାଳୀ ରଥଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ବେଳେ କର୍ତ୍ତା ଭାବେ ଅଶ୍ୱିନୀ କୁମାର ଖଣ୍ଡାଇ କାର୍ଯ୍ୟ ସମ୍ପାଦନା କରିଥିଲେ। ଖୋଳଖାଳି ଗଜଲକ୍ଷ୍ମୀ ପୂଜା କମିଟି ସଭାପତି ଜାନକୀ ବଲ୍ଲଭ ରାଉତ ଓ ଅନ୍ୟାନ୍ୟ କର୍ମକର୍ତ୍ତା ବୃନ୍ଦ ପୂଜା ପରିଚାଳନା କରିଥିଲେ। ଖୋଳଖାଳି ଗ୍ରାମରେ ପୂଜା ସହ କଳାକୁଞ୍ଜ ପ୍ରଦର୍ଶିତ ହୋଇଥିଲା।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here