ଜିଲ୍ଲାପାଳଙ୍କ ଭଞ୍ଜନଗର ଗସ୍ତ; କୋରନା ସ୍ଥିତି ସମୀକ୍ଷା

0
421

ଭଞ୍ଜନଗର(ନିଲୁ ବିଶୋଇ) ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଭଞ୍ଜନଗର ଗସ୍ତରେ ଆସି ଭଞ୍ଜନଗର ଏନ.ଏ. ସି ର କୋଭିଡ ସଂକ୍ରମଣ ବିଷୟରେ ସମୀକ୍ଷା କରିଛନ୍ତି। କୋଭିଡ ମନିଟର ମାନଙ୍କ ସହ ଆଲୋଚନା କରିବା ସହ କ୍ୟାରେଣ୍ଟ।ଇନ ରୁ ଆସିଥିବା ଲୋକ ମାନଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦେଇଥିଲେ। ଲୋକ ମାନଙ୍କୁ ସଚେତନ କରାଇବା ସହ କୋରନା ମନିଟରି କମିଟି ଗଠନ କରି ଏନ.ଏ. ସି ଅଞ୍ଚଳରେ କୋରନା ଆକ୍ରାନ୍ତ ଙ୍କ ତଥ୍ୟ ସଂଗ୍ରହ କରିବା ସହିତ କୋଭିଡ ସମ୍ପର୍କିତ ଅନ୍ୟାନ୍ୟ ଆନୁଷଙ୍ଗିକ କାଯ୍ୟକର୍ମ କରିବାକୁ କହିଥିଲେ। ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ କୋଭିଡ ସ୍ପେଶାଲ ଏଡିଏମ ଵିଶାଲ୍ ସିଂ , ବିଡ଼ିଓ ଅନିଲ କୁମାର ସେଠୀ , ତହସିଲଦାର ଆଲୋକ କୁମାର ପ୍ରଧାନ ଓ ଏନ.ଏ. ସି ଇଓ ପ୍ରମୁଖ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here