ବାଇକ୍ ଦୁର୍ଘଟଣାରେ ଦୁଇ ଗୁରୁତର, ବ୍ରହ୍ମପୁର ସ୍ଥାନାନ୍ତର

0
288

ବୁଗୁଡା : ବୁଗୁଡା ବ୍ଳକ ଅନ୍ତର୍ଗତ ଗୋଳାବନ୍ଧ ପଞ୍ଚାୟତ ଗୋଲାବଞ୍ଜର ଗ୍ରାମର ଜଣେ ଓ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଯାଦବ ସାହିର ଜଣେ, ଦୁଇ ସମ୍ପର୍କୀୟ ଭାଇ ବାଇକ୍ ଦୁର୍ଘଟଣାର ଶିକାର ହୋଇ ସଙ୍କଟାପନ୍ନ ଅବସ୍ଥାରେ ବୁଗୁଡା ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ଗୋଲାବଞ୍ଜର ଗ୍ରାମର ପ୍ରକାଶ ପାତ୍ର ଓ ବୁଗୁଡା ଯାଦବ ସାହିର ରବି ପାତ୍ର ଗୋଟିଏ ବାଇକ ରେ ଭୋଜି ଖାଇବା ପାଇଁ ଯାଇ ମାଣିତରା ଦିଗରୁ ବୁଗୁଡାକୁ ଫେରୁଥିଲେ l ବୁଗୁଡା ଫେରିବା ରାସ୍ତାରେ ବିରଞ୍ଚିପୁର ହାଇ ସ୍କୁଲ ନିକଟରେ ଭାରସାମ୍ଯ ହରାଇ ରାସ୍ତା କଡରେ ଥିବା ଏକ ଇଲେକ୍ଟ୍ରି ପୋଲରେ ପିଟି ହୋଇ ଯାଇଥିଲା l ଦୁର୍ଘଟଣା ରେ ଆହତ ପ୍ରକାଶ ଓ ରବି ଙ୍କୁ ସ୍ତାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ବୁଗୁଡା ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା I ଉଭୟଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ବୁଗୁଡା ପୋଲିସ ପହଁଚି ଘଟଣାର ଅନୁସନ୍ଧାନ କରିଥିବା ଜଣାପଡିଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here