ବେଲଗୁଣ୍ଠା ଏବଂ ଗୋବରାରେ ରୋଗୀ କଲ୍ୟାଣ ସମିତି ବୈଠକ

0
265

ବେଲଗୁଣ୍ଠା: ବେଲଗୁଣ୍ଠା ଏବଂ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ସ୍ଵାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼କ୍ଟର୍ ବାଲୁଙ୍କେଶ୍ୱର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତି ବୈଠକରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ସମ୍ମାନୀତ ଅତିଥି ଭାବେ ତହସିଲଦାର ସରୋଜ ବେହେରା,ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ର,ସାଂସଦ ପ୍ରତିନିଧି ପ୍ରଶାନ୍ତ ନାୟକ ପ୍ରମୂଖ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ଆୟୂଷ ଡ଼ାକ୍ତର ସରୋଜ ପ୍ରଧାନ,ଡ଼ାକ୍ତର ଶ୍ରୀକାନ୍ତ ବେହେରା,ଡ଼ାକ୍ତର ଏସ୍ ମୃତ୍ୟୁଞ୍ଜୟ,ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରାମହରି ପଣ୍ଡା,ଗୋଷ୍ଠୀ ତଥ୍ୟ ପରିଚାଳକ ପବିତ୍ର ପାଣିଗ୍ରାହୀ, ହିସାବ ନିରୀକ୍ଷକ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ I ଏହି ଅବସରରେ ସ୍ଵାସ୍ଥ୍ୟ୍ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଡ଼ ବୋର୍ସିଂଗ୍ ଏଏନ୍ଏମ୍ ସ୍ଵପ୍ନା ପ୍ରଧାନ, ବୋରିପଦର ଏଏନ୍ଏମ୍ ମଧୁସ୍ମିତା ସେଠୀ, ନେଟଙ୍ଗା ଏଏନ୍ଏମ୍ ଲୀନା ପ୍ରଧାନ, ବେଲଗୁଣ୍ଠା ସ୍ୱାସ୍ଥ୍ୟ କର୍ମୀ ବବିତା ପତିଙ୍କ ସମେତ କୋଭିଡ ଟୀକାକରଣ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ମାନସୀ ଦାସ, ଶୋଭୀତା ଜେନା ପ୍ରମୁଖଙ୍କୁ ସମ୍ମାନୀତ କରିବା ସହିତ ଆଶା କର୍ମୀ ଏବଂ ସଫେଇ କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା I କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା I ସେଗୁଡିକ ମଧ୍ୟରେ ବେଲଗୁଣ୍ଠା ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ିଜିଟାଲ ଏସ୍କରେ ମେସିନ୍ ସ୍ଥାପନ,ବେଲଗୁଣ୍ଠା ଏବଂ ଗୋବରାରେ ଏଲ୍ଇଡି ସ୍କ୍ରୀନ, ଶିଶୁ ଏବଂ ପ୍ରସୂତି ବିଶେଷଜ୍ଞ ନିଯୁକ୍ତି,ମେଡିକାଲ୍ ପରିସରରେ ରୋଗୀଙ୍କ ଯାନ ବାହାନ ରଖିବା ପାଇଁ ସ୍ଥାନ ସମ୍ପ୍ରସାରଣ, ମେଡିକାଲ୍ ପାଚେରୀକୁ ଲାଗିଥିବା ଜବରଦଖଲ ଉଚ୍ଛେଦ, ଷ୍ଟୋର୍ ରୁମ ନିର୍ମାଣ,ମେଡିକାଲ୍ ମୁଖ୍ୟ ଗେଟ୍ କୋଈ ଚଉଡା ଭାବେ ନିର୍ମାଣ ପ୍ରମୁଖ ସମସ୍ୟା ଉପରେ ଆଲୋଚନା ହୋଇଥିଲା I ଏହି ଅବସରରେ ଯକ୍ଷ୍ମା ଉପରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏକ ରଥକୁ ମାନ୍ୟବର ବିଧାୟକ ଉଦ୍ଘାଟନ କରିଥିଲେ Iସମସ୍ତ କାର୍ଯ୍ୟକ୍ରମକୁ ବିପିଏମ୍ ଦୂର୍ଗା ପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ I୤

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here