ବିଦ୍ଯୁତ କର୍ମଚାରୀଙ୍କ ମୃତ ଘଟଣାରେ ଶବ ରଖି ଆସ୍କା ଭୁବନେଶ୍ୱର ରାସ୍ତା ଅବରୋଧ

0
413

ବେଗୁନିଆପଡା()ଗଞ୍ଜାମ ଜିଲ୍ଲା କୋଦଳା ଥାନା ମଠସରସିଙ୍ଗ ମେଇନରୋଡ଼ରେ ଗତକାଲି ସନ୍ଧ୍ୟା ରେ ବିଦ୍ଯୁତ ଆଘାତ ରେ ଜଣେ ବିଦ୍ଯୁତ କର୍ମଚାରୀ ମୃତ୍ଯୁ ଘଟଣାରେ ଆଜି କୋଦଳା ମେଡିକାଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସେହିଠାରୁ ମୃତବରଣ କରିଥିବା ଅମୁଲ୍ୟକୁ ସମ୍ପର୍କୀୟ ଓ ନିଜ ଗ୍ରାମବାସୀ କୋଦଳା ବସଷ୍ଟାଣ୍ଡକୁ ନେଇ ଆସ୍କା ଭୁବନେଶ୍ୱର ରାସ୍ତା ପ୍ରାୟ 3ଘଣ୍ଟା ଧରି ଅବରୋଧ କରିଥିଲେ। ସେମାନଙ୍କର ଦାବିଥିଲା ମୃତପରିବାରକୁ ୧୪ଲକ୍ଷ କ୍ଷତି ପୂରଣ ସହ ତାଙ୍କ ସ୍ତ୍ରୀଙ୍କୁ ସ୍ଥାୟୀ ନିଯୁକ୍ତି । ଘଟଣାସ୍ଥଳରେ ବିଦ୍ୟୁତ୍ ବିଭାଗର ପ୍ରଜେକ୍ଟ ଇଞ୍ଜିନିୟର ଶିବପ୍ରସାଦ ପହଞ୍ଚି ୫୦ହଜାର ଟଙ୍କା ଶବ ସଂସ୍କାର ନିମନ୍ତେ ଦେଇଥିଲେ । ଏକ ବଣ୍ଡ ଯୋଗେ ଲିଖିତ ଭାବରେ ଦେଇଥିଲେ କି ପରିବାରର ଜଣକୁ ସ୍ଥାୟୀ ନିଯୁକ୍ତି ଏବଂ ୧୪ଲକ୍ଷ୍ୟ ଟଙ୍କା ଆର୍ଥିକ ସାହାଯ୍ୟ ବହୁତ ଜଲଦି ଦିଆଯିବା ସହ ଯେଉଁ ଦୁର୍ଘଟଣାଟି ଘଟିଲା ତାହାର ତଦନ୍ତ କରାଯିବ। ତାହା ପରେ ଲୋକ ମାନେ ରାସ୍ତାରୁ ହଟିଥିଲେ । କୋଦଳା ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବଟିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପହଂଚି ଲୋକମାନଙ୍କୁ ବୁଝା ସୁଝା କରିଥିଲେ। ପ୍ରକାଶ ଥାଉକି ଗତକାଲି ସନ୍ଧ୍ୟରେ ମଠସରସିଙ୍ଗରେ ଏକ ବିଦ୍ଯୁତ ଖୁଣ୍ଟରେ ଚଢି କାମକରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ବେଗୁନିଆପଡା ବ୍ଲକର ଗୁଂଜବଳା ଗ୍ରାମର ଅମୁଲ୍ୟ ରତ୍ନ ରାଉତ ମୃତ୍ୟୁ ବରଣ କରିଥିଲେ ।

ରିପୋର୍ଟ:ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here