ନୂତନ ପରିବହନ ଅଧିକାରୀ ଙ୍କ ଦାୟିତ୍ୱ ଗ୍ରହଣ

0
359

ଭଞ୍ଜନଗର: ଭଞ୍ଜନଗର ଆଞ୍ଚଳିକ ପରିବହନ କାଯ୍ୟାଳୟ ରେ ନୂତନ ପରିବହନ ଅଧିକାରୀ ଭାବେ ଶୁଭେନ୍ଦୁ ରଞ୍ଜନ ରାୟ ଶୁକ୍ରବାର ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଏଠାରେ ମୋଟର ଯାନ ନିରୀକ୍ଷକ ଭାବେ କାଯ୍ୟ କରିବା ସହ ୩ ବର୍ଷ ଧରି ଭାରପ୍ରାପ୍ତ ପରିବହନ ଅଧିକାରୀ ଦାୟିତ୍ୱ ସୁଚାରୂପେ ତୁଲାଇ ପଦୋନ୍ନତି ପାଇଁ ପୁରୀ ପରିବହନ କାଯ୍ୟାଳୟରେ ଯୋଗ ଦେଇଥିଲେ। ସେଠାରୁ ପୁଣି ବଦଳି ହୋଇ ଶୁକ୍ରବାର ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଭାବେ ଭାଗୀରଥି ନାୟକ ଙ୍କ ଠାରୁ କାଯ୍ୟଭାର ଗ୍ରହଣ କରିଛନ୍ତି। କାଯ୍ୟାଳୟର ସମସ୍ତ କର୍ମଚାରୀ ସ୍ୱାଗତ କରିଥିବା ବେଳେ ଅଞ୍ଚଳରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here