ଶକ୍ତି ଉତ୍ତୋଳନରେ ପଦକ ଜିଣିଥିବା ଯୁବକ ମାନଙ୍କୁ ହିନ୍ଦୁ ମହାସଂଘ ଜଣାଇଲା ଶୁଭେଚ୍ଛା

0
428

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ଷ୍ଟ୍ରଙ୍ଗ ମେନ୍ ୨୦୨୧ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରୁ ହିନ୍ଦୁ ମହାସଂଘ ଜିଲ୍ଲା ଶାରିରୀକ ପ୍ରମୁଖ ତଥା ଜାତୀୟ ସ୍ଥରରେ ପଦକ ବିଜେତା ବିଖ୍ୟାତ ଶକ୍ତି ଉତ୍ତୋଳନକାରୀ ବିଷିକେସନ୍ ଛତ୍ରୀଆ ଙ୍କ ନେତୃତ୍ବରେ ଏକ ଟିମ୍ ସମ୍ବଲପୁର ଯାଇଥିଲା। କ୍ଷିତି ରଞ୍ଜନ ସ୍ବାଇଁ, ଶଙ୍କର ହରିଜନ ଓ ସାହିଲ୍ ଖାନ୍ ନିଜ ନିଜ ଓଜନ ବର୍ଗରେ ବ୍ରଞ୍ଜ ପଦକ ଜିତିଛନ୍ତି। ସମସ୍ତ ବିଜେତା ମାନଙ୍କୁ ହିନ୍ଦୁ ମହାସଂଘ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଦିଆଯାଇଛି। ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ବ୍ରହ୍ମଅବଧୂତ ସୌଭାଗ୍ୟ ବାବା ଓ କେନ୍ଦ୍ରୀୟ ସମିତି ସଂଯୋଜକ ନରସିଂହ ତ୍ରିପାଠୀ ନବରଙ୍ଗପୁର ଜିଲ୍ଲା ର ସମ୍ମାନ ବୃଦ୍ଧି କରିଥିବା ଯୋଗୁଁ ବିଜେତା ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here