ଭାରତ ହେଲା ବାହ୍ୟ ମଳମୁକ୍ତ ଦେଶ

0
804

ନୂଆଦିଲ୍ଲୀ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପୂର୍ବରୁ ଓଡିଶା ଏବଂ ଗୋଆକୁ ଛାଡି ଅନ୍ୟ ସମସ୍ତ ରାଜ୍ୟବାହ୍ୟ ମଳମୁକ୍ତ ଲକ୍ଷ୍ୟ ହାସଲ କରିସାରିଥିଲେ । କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସାରା ଦେଶ ବାହ୍ୟ ମଳମୁକ୍ତ ହୋଇଥିବା ଘୋଷଣା କରାଯାଇଛି । ଏହି ଲକ୍ଷ୍ୟ ହାସଲ ପାଇଁ ଅଗଷ୍ଟ ୩୧କୁ ଅନ୍ତିମ ଦିନ ଧାର୍ଯ୍ୟ କରାଯାଇଥିଲା। ଓଡ଼ିଶାରେ ୩୦ ଲକ୍ଷ ଏବଂ ଗୋଆରେ ୧୮୦ଟି ପଂଚାୟତରେ ଶୌଚାଳୟ ନିର୍ମାଣ କାମ ବାକି ରହିଥିଲା। ଉଭୟ ଓଡିଶା ଓ ଗୋଆ ଅଗଷ୍ଟ ୩୧ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଛନ୍ତି। ଏହି ସଫଳତା ହାସଲକୁ ଦୃଷ୍ଟିରେ ରଖି ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଅହମଦାବାଦର ସାବରମତୀ କୂଳରେ ଏକ ଭବ୍ୟ ଉତ୍ସବ ଆୟୋଜିତ ହେବ।
ତେବେ ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ଆବଶ୍ୟକତା ସ୍ଥଳେ ଆହୁରି ଅଧିକ ଶୌଚାଳୟ ନିର୍ମାଣ କରାଯିବ। ୨୦୧୪ ମସିହାରୁ ୨୦୧୯ ଅଗଷ୍ଟ୩୧ ପର୍ଯ୍ୟନ୍ତ ସମଗ୍ର ଦେଶରେ ୧୦ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇସାରିଛି।

LEAVE A REPLY

Please enter your comment!
Please enter your name here