ଓଡ଼ିଶାର ଗଞ୍ଜେଇ ୟୁପି କୁ ଚାଲାଣ ବେଳେ ୧କୋଟି ୭୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

0
310

ପାରଳାଖେମୁଣ୍ଡି (ନ୍ୟୁଜଏକ୍ସଟ୍ରା ) ଗଜପତି ଜିଲ୍ଲା ମୋହନା ଥାନା ଅଧୀନରେ ଥିବା କମଳାପୁର ଛକ ନିକଟରେ ଆଜି ସକାଳ ଭୋର ୫ଘଣ୍ଟା ସମୟରେ ପୁଲିସ ପେଟ୍ରୋଲିଂ ସମୟରେ ଏକ ଟାଟା କଣ୍ଟେନର ଯାହା ର ଗାଡି ନମ୍ବର,ୟୁପି ୭୮ସିଏମ୍ ୦୩୬୧ କୁ ଅଟକାଇ ଖାନ୍ ତଲାସୀ କରାଯାଇଥାବା ବେଳେ ସେହି ଗାଡ଼ିରେ ୫୧ଗୋଟିଗଞ୍ଜେଇ ଭର୍ତ୍ତି ଥିବା ଜରି ବସ୍ତା ଦେଖିବାକୁ ମିଳିଥିଲା। ଏହି ଗଞ୍ଜେଇ ବସ୍ତା ଗୁଡ଼ିକୁ ଉତ୍ତର ପ୍ରଦେଶ ଅଭିମୁଖେ ଯାଉଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଏସ୍‌ପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତଥା ଏସ୍‌ଡିପିଓ ଆର୍‌.ଉଦୟଗିରିଙ୍କ ତତ୍ୱାବଧାନରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ଥାନା କର୍ମଚାରୀ ଙ୍କ ଦ୍ଵାରା ପରିଚାଳିତ ହୋଇଛି। ଏହି ସଙ୍କ୍ରାନ୍ତରେ ପେଟ୍ରଲି୍ଂ ସମୟରେ ଚାଲଣ ହେଉଥିବା ଗଞ୍ଜେଇ ବସ୍ଥାକୁ ଉତ୍ତରପ୍ରଦେଶ ର ବୁଲନ୍ଦଶହର ଅନ୍ତର୍ଗତ ଭୀମପୁର ଗ୍ରାମର ଗାଡି ଡ୍ରାଇଭର ସନୀଲ କୁମାର ଓ ତାଙ୍କ ଜଣେ ସାଙ୍ଗ ରମେଶ ସହିତ ମିଶି କୋରାପୁଟ ଅଞ୍ଚଳରୁ ଗଞ୍ଜେଇ ଲୋଡ କରି ଦିଲ୍ଲୀ ଅଭିମୁଖେ ଚାଲାଣ କରୁଥିଲେ । ରମେଶ ରାୟଗଡରେ ଗାଡିରୁ ଏହା ସହିତ ପଡିଥିବା ବେଳେ ଡ୍ରାଇଭର ସୁନୀଲ ଏକୁଟିଆ ଗାଡି ଧରି ଯାଉଥିଲା । ଏହି ଗଞ୍ଜେଇ ଗୁଡିକୁ ମୋହନାର ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଆସିଷ କୁମାର ପ୍ରଧାନଙ୍କ ଉପସ୍ଥିତରେ ଓଜନ କରାଯାଇଥିଲା । ଜବତ ହୋଇଥିବା ଗଞ୍ଜେଇର ଓଜନ ୧୭୦ କେଜି ୧୦୦ଗ୍ରାମ ଏବଂ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧କୋଟି ୭୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଡ୍ରାଇଭର ସୁନୀଲକୁ ଗିରଫ କରାଯାଇଥିବା ବେଳେ କଣ୍ଟେନରଟିକୁ ଜବତ କରାଯାଇଛି । ଡ୍ରାଇଭରକୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ଏନେଇ ମୋହନା ଥାନାରେ ୬୭/୨୧ରେ ଏକ ମାମଲା ରୁଜୁ କରାଯାଛି ଏବଂ ଏହାର ତଦନ୍ତ ସୁନୀଲ କୁମାର ଦଳେଇ କରୁଥିବାର ସୂଚନା ମିଳିଛି

ରିପୋର୍ଟ ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here