ଗଞ୍ଜାମରେ ବଢ଼ି ଚାଲିଛି ଡେଙ୍ଗୁ : ଆଉ ୨ ପଜିଟିଭ୍, ରୋଗୀସଂଖ୍ୟା ୭୪ରେ ପହଞ୍ଚିଲା

0
694

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁର ସମେତ ଆଖପାଖ ଅଞ୍ଚଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି । ଗତକାଲି ୪ଟି ନମୁନା ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲା । ଆଜି ପୁଣି ୨ଟି ନମୁନା ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛି। ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା.ଆର୍.ଜଗଦୀଶ ପଟ୍ଟନାୟକଙ୍କ ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି । ଏହି ରୋଗୀମାନେ ମୁମ୍ବାଇ, ହାଇଦ୍ରାବାଦ, କାକିନାଡ଼ା, ଚେନ୍ନାଇରୁ ଆସିଥିବା ଜଣାପଡିଛି । ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ବଡ଼ ମେଡିକାଲ କାଜୁଆଲଟି ପ୍ରଥମ ମହଲାରେ ସ୍ୱତନ୍ତ୍ର ୱାର୍ଡ଼ ବ୍ୟବସ୍ଥା ହୋଇଥିବା ବେଳେ ସିଟି ହସ୍ପିଟାଲରେ ମଧ୍ୟ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ମୋଟ ୭୪ଜଣ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୪୮ଜଣ ବାହାର ରାଜ୍ୟରୁ ଆସିଥିବା ବେଳେ ୨୬ଜଣ ରୋଗୀ ଗଞ୍ଜାମ ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାରେ ଉଦ୍ବେଗଜନକ ଭାବେ ମାଡ଼ି ଚାଲିଛି ଡେଙ୍ଗୁ।

LEAVE A REPLY

Please enter your comment!
Please enter your name here