ଛେଳି ଚୋରି ଘଟଣାରେ ତିନି ଗିରଫ, ଦେଶୀ ବନ୍ଧୁକ ଜବତ

0
332

ବୁଗୁଡା : ଗଞ୍ଜାମ ଜିଲ୍ଲା, ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ଶଙ୍କୁରୁ ପଞ୍ଚାୟତର ଘୋଳପୁର ଗ୍ରାମର ତିନି ଜଣଙ୍କୁ ଛେଳି ଚୋରାଇବା ଅଭିଯୋଗରେ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ ହୋଇଛି। ଅଭିଯୁକ୍ତମାନେ ହେଲେ ଟୁନା ନାୟକ , ବିକ୍ରମ ପରିଡା , ଓ ଟୁନା ନାଇକ। ଏହି ତିନି ଜଣ ଦେଶୀ ବନ୍ଧୁକ ଓ ବୋମା ବ୍ୟବହାର କରି ବୁଗୁଡା ବନାଞ୍ଚଳରେ ବାରାହା ଶିକାର କରିବାସହ ଅଞ୍ଚଳର ଚାଷିଙ୍କ ଛେଳିକୁ ଚୋରିକରି ବାହାର ଅଞ୍ଚଳକୁ ନେଇ ବିକ୍ରୟ କରୁଥିବା ନେଇ ବୁଗୁଡା ଥାନାରେ ଅଭିଯୋଗ ହୋଇଥିଲା। ଏତଲାକୁ ଭିତିକରି ବୁଗୁଡା ପୋଲିସ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ସବ୍-ଇନ୍ସପେକ୍ଟର ସ୍ନେହା ମଞ୍ଜରି ସାହୁଙ୍କ ନେତୃତ୍ୱରେ ପୋଲିସ୍ ବାହିନୀ ଘୋଳପୁର ଗ୍ରାମର ତିନି ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ ଜବତ କରିଥିଲେ। ଏନେଇ ବୁଗୁଡା ଥାନା କେଶ ନଂ ୫୮୧/୨୨ ପ୍ରକାରେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here