ସମଲାଇ ଜଙ୍ଗଲରୁ ଦେଶୀ ରନ୍ଧା ମଦ ଜବତ, ୨ ଗିରଫ

0
250

ବୁଗୁଡା: ବୁଗୁଡା ଅବକାରୀ ଥାନାରେ ଦୀର୍ଘ ଦିନ ଧରି ଓଆଇସି ପଦବୀ ଖାଲି ପଡିଥିବା ବେଳେ ବୁଗୁଡା ଅବକାରୀ ବିଭାଗର ଏକ ପ୍ରକାର କୋମାରେ ରହିଥିଲା। ବର୍ତ୍ତମାନ ଓଆଇସି ଭାବେ ବ୍ରହ୍ମାନନ୍ଦ ଭୂୟାଁ ଦାୟିତ୍ୱ ଗ୍ରହଣ କଲାପରେ ବୁଗୁଡା ଅବକାରୀ ବିଭାଗ ଚଳଚଞ୍ଚଳ ହୋଇଥିବା ଦେଖାଦେଇଛି। ଅଗଷ୍ଟ ୨୬ ତାରିଖ ଦିନ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ନିର୍ଦ୍ଦେଶ ପ୍ରକାରେ ବୁଗୁଡା ଅବକାରୀ ଥାନା ଓଆଇସି ଶ୍ରୀ ଭୂୟାଁ ଓ ଭଞ୍ଜନଗର ଅବକାରୀ ଥାନା ଓଆଇସି ରମ୍ଭା ବାଗ ଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ବୃନ୍ଦ ଓ ବୁଗୁଡା ପୋଲିସ ଥାନା ଉପ-ନିରୀକ୍ଷକ କେ.ଏନ.ସାହୁଙ୍କ ନେତୃତ୍ୱରେ ପୋଲିସ ବାହୀନ ମିଳିତ ଭାବେ ବୁଗୁଡା ଥାନା ଅନ୍ତର୍ଗତ ସମଲେଇ ଗ୍ରାମର ଜଙ୍ଗଲରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଜଙ୍ଗଲ ମଧ୍ୟରେ ମଦ ରନ୍ଧା ଚାଲିଥିବା ବେଳେ ସେଠାରୁ ୨୨ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲେ। ଏଥିସହ ଜଙ୍ଗଲର ବିଭିନ୍ନ ସ୍ଥାନ ତଲାସ କରି ୩୫୦୦ ଲିଟର ଗୁଡ଼ ପୋଚ ନଷ୍ଟ କରିଥିଲେ। ଏନେଇ ଗିରଫ ଦୁଇ ବ୍ୟକ୍ତିଙ୍କ ନାମରେ ବୁଗୁଡା ଅବକାରୀ ଥାନା କେସ ନଂ ୨୦/୨୦୨୧-୨୨ ଓ ୨୧/୨୦୨୧-୨୨ ପ୍ରକାରେ ଦୁଇଟି ମାମଲା ରୁଜୁ ହେବାସହ ପୋଚ ନଷ୍ଟ ପାଇଁ ଅନ୍ୟ ଏକ ମାମଲା ୨୨/୨୦୨୧-୨୨ ପ୍ରକାରେ ରୁଜୁ କରାଯାଇଛି।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here