ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ୪୦ଖଣ୍ଡ ଶାଗୁଆନ କାଠଗଣ୍ଡି ଜବତ

0
247

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧୀନରେ ଥିବା ପାରଳାଖେମୁଣ୍ଡି ଉପକଣ୍ଠ ରାଣୀ ପେଣ୍ଠ ଗ୍ରାମ ନିକଟରେ ପ୍ରାୟ ୪୦ଗୋଟି ଶାଗୁଆନ କାଠ ଗଣ୍ଡି ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ଦ୍ଵାରା ଜବତ କରାଯାଇଥିବାର ଜଣାପଡିଛି । ଏହି ଅବସରରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ଙ୍କ ଠାରୁ ପ୍ରକାଶ ଯେ, ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାଣୀପେଣ୍ଠ ଗ୍ରାମ ଠାରେ ରାତ୍ରକାଳିନ ପୁଲିସ ପେଟ୍ରୋଲିଂ କରିବା ସମୟରେ ଏକ ପରିତ୍ୟକ୍ତ ସ୍ଥାନରେ ଶାଗୁଆନ କାଠ ପଡିଥିବାର ଦେଖିବାକୁ ମିଳିଥିଲା ଯାହାଫଳରେ ଏହି ଶାଗୁଆନ କାଠକୁ ଯଥାଶୀଘ୍ର ଜବତ କରି ପାରଳାଖେମୁଣ୍ଡି ବନବିଭାଗକୁ କରିଥିଲେ । ଏନେଇ ଅଧିକା ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ପ୍ରଦାନ କରିଛନ୍ତି। ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here