କଲେଜ ପ୍ରବେଶ ଦ୍ବାର ଉଦଘାଟନ ସହ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

0
269

ପୋଲସରା: ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ନୂତନ ଭାବେ ନିର୍ମାଣ ହୋଇଥିବା ପ୍ରବେଶ ଦ୍ୱାରକୁ ଶୁକ୍ରବାର ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ। ଶିକ୍ଷାର ବିକାଶ ଓ ଉନ୍ନତିକରଣ ଏବଂ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠ ପଢ଼ିବାର ଉତ୍ସାହକୁ ନେଇ ଏହି ମହାବିଦ୍ୟାଳୟ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଦିବାକର ମିଶ୍ର ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍ ସଭ୍ୟ ରୂପେ ରାଜ୍ୟ ପାଳଙ୍କ ଦ୍ବାରା ମନୋନୀତ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିପାରିଛନ୍ତି । ସେଥିପାଇଁ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଅଧ୍ୟକ୍ଷ ଡ଼.ଦିବାକର ମିଶ୍ର ଙ୍କୁ ବିଧାୟକ ଶ୍ରୀ ସାହୁଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା କର୍ମଚାରୀ ବୃନ୍ଦ ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୋଲସରା ସାଂସଦ ପ୍ରତିନିଧି ମୋତିରାମ ସାହୁ , ନଗର ସଭାପତି ରଞ୍ଜିତ ସାହୁ , ପୂର୍ବତନ ନଗର ସଭାପତି ଭଗବାନ ସାହୁ , ପୂର୍ବତନ ଯୁବ ନଗର ସଭାପତି ଗୋପାଳ କୃଷ୍ଣ ସାହୁ , ଅଧ୍ୟାପକ ଶେକ୍ ଫରିଦି , ଜ୍ୟେତ୍ସାରାଣୀ ପଟ୍ଟନାୟକ ସମେତ ବହୁ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here