ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩୫.୯ ଲକ୍ଷ ଟଙ୍କା ଋଣ ପ୍ରଦାନ

0
246

ବୁଗୁଡା:ବୁଗୁଡା ଏନଏସି କଲ୍ୟାଣ ମଣ୍ଡପ ପରିସରରେ ଅଗଷ୍ଟ ୨୬ ତାରିଖ ଦିନ ଅନୁଷ୍ଠିତ ଋଣ ମେଳାରେ ବୁଗୁଡା ସହରର ୧୩ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୩୫ ଲକ୍ଷ ୯୦ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି। ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୧୩ ଟି ସ୍ୱୟଂ ସହାୟକ ଗୋଷ୍ଠୀ କୁ ଋଣ ଟଙ୍କା ପ୍ରଦାନ କରିଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ବିଧାୟକ ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରାଯାଇ ମେଳା ମଣ୍ଡପ ନିକଟକୁ ପାଛୋଟି ନେଇଥିଲେ। ଏହି ଋଣ ପ୍ରଦାନ ମେଳାକୁ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ସଂଯୋଜନା କରିଥିବା ବେଳେ ବ୍ୟାଙ୍କ ପରିଚାଳକ ଉପସ୍ଥିତ ଥିଲେ। ବୁଗୁଡା ଏନଏସି କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here