ନନ୍ଦପୁରା ଠେ ମାରିଆଗୁଡା ଯିବା ରାସ୍ତା ଅତି ଶୋଚନୀୟ

0
357

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ର ନନ୍ଦପୁରା ଗ୍ରାମ ଠାରୁ ମାରିଆଗୁଡ଼ା ପର୍ଯ୍ୟନ୍ତ ଥିବା ରାସ୍ତା ଶୋଚନୀୟ ହୋଇପଡ଼ିଛି । ଏହି ରାସ୍ତାରେ କାଦୁଅ ଭର୍ତି ହୋଇ ରହିଥିବାରୁ ଯାତାୟତ ସମୟରେ ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ନନ୍ଦପୁରା ଗ୍ରାମରୁ ମାରିଆଗୁଡ଼ା ଗ୍ରାମର ଦୂରତ୍ୱ ମାତ୍ର ଦେଢ଼ କିମି ହୋଇଥିଲେ ସୁଦ୍ଧା ଏଥିପ୍ରତି ଗ୍ରାମ୍ୟ ASHOTON ORPO ଉନ୍ନୟନ ବିଭାଗ ଆଖି ବୁଜି ଦେଇଛି । ଯଦ୍ୱାରା ନନ୍ଦପୁରା ଓ ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଡାବୁଗାଁ ବ୍ଲକର ନନ୍ଦପୁରା ସିଙ୍ଗସାରୀ ନଦୀ ଡାବୁଗାଁ ଓ ଝରିଗାଁ ବ୍ଲକକୁ ଦୁଇ ଭାଗ କରିଛି । ସାତ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନନ୍ଦପୁରା ସିଙ୍ଗାରି ପୋଲ ଉଦଘାଟନ କରିଥିଲେ । ଏହାଦ୍ୱାରା ଡାବୁଗାଁ ବ୍ଲକରଘୋଡ଼ାଖୁଣ୍ଟା ଓ ନନ୍ଦପୁରା ଗ୍ରାମପଞ୍ଚାୟତ ସହ କୋଷାଗୁମୁଡ଼ା ବ୍ଲକ୍ ଓ ଝରିଗାଁ ବ୍ଲକକୁ ସିଧାସଳଖ ସଂଯୋଗ ହୋଇଥିଲା । ବ୍ୟବସାୟ ଦୃଷ୍ଟି କୋଣରୁ ଏହା ତିନୋଟି ବ୍ଳକର ମୁଖ୍ୟ ରାସ୍ତା ଅଟେ । ତେବେ ଦୀର୍ଘ ବର୍ଷ ବିତି ଯାଇଥିଲେ ସୁଦ୍ଧା ନନ୍ଦପୁରା ଗ୍ରାମରୁ ମାରିଆଗୁଡ଼ା ଗ୍ରାମକୁ ସଂଯୋଗ କରୁଥିବା ଏହି ମୁଖ୍ୟ ରାସ୍ତା ଆଜି ପର୍ଯ୍ୟନ୍ତ ପକ୍କା ହୋଇ ପାରିନି । ତେଣୁ ଏହି ରାସ୍ତା ଅଣ ଓସାରିଆ ସହ ଖାଲ ଖମାରେ ଭରପୁର ରହିଛି । ବର୍ଷା ଦିନ ହେଲେ ଏହି ରାସ୍ତାଟି କାଦୁଅରେ ଭର୍ତ୍ତି ହେଉଛି । ଯଦ୍ୱାରା ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଯାନବାହନ ପ୍ରତିବର୍ଷ କାଦୁଅ ମଧ୍ୟରେ ଫସୁଛି । ପ୍ରତିବର୍ଷ ବ୍ଲକ୍ ପ୍ରଶାସନ ଏହି ଦେଢ଼ କିମି ରାସ୍ତାରେ ଅଳ୍ପ ମାଟି ପକାଇ ଦେଇ ଚୁପ୍ ରହିଯାଉଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ଏହି ରାସ୍ତାକୁ ବିଭାଗ ତରଫରୁ ଅଣଦେଖା କରାଯାଇଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବିଶେଷ କରି ବର୍ଷା ଦିନ ଆସିଲେ ଅଞ୍ଚଳବାସୀ ଚିନ୍ତାରେ ରହୁଛନ୍ତି । ଏହି ରାସ୍ତା ଦେଇ ନିତ୍ୟ ଜରୁରୀ ସାମଗ୍ରୀ ସହ ଆମ୍ବୁଲାନସ , ସ୍କୁଲ ଓ କଲେଜ ପିଲାଙ୍କ ଯାତାୟାତ ରହୁଥିବାରୁ ପ୍ରଶାସନ ତରଫରୁ ଦୃଷ୍ଟି ଦେଇ ଶୀଘ୍ର ଏହି ରାସ୍ତାକୁ ପକ୍କା କରିବାକୁ ନନ୍ଦପୁରା ତଥା ଆଖପାଖ ଅଞ୍ଚଳବାସୀ ଦାବି କରିଛନ୍ତି ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here