ବତାକନ୍ଦା”ର ଚାହିଦା ଛତିଶଗଡ଼ ଅଂଚଳରେ ଅଧିକ

0
483

ଡାବୁଗାଁ (ନ୍ୟୁଜ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ମେଦେନା ପଂଚାୟତର ଅଧିକାଂଶ ପରିବାରକୁ ଆହାର ଯୋଗାଇ ଦେଉଛି “ବତା କନ୍ଦା”।ନବରଙ୍ଗପୁର ଜିଲ୍ଲାରେ ମିଳୁଥିବା “ବତାକନ୍ଦା”ର ଚାହିଦା ରାଜ୍ୟ ବାହାରେ ଛତିଶଗଡ଼ ଅଂଚଳରେ ଅଧିକ। ଏହି ମେଦନା ଗ୍ରାମର ୩୦ ଟି ପରିବାର ପୁରୁଷ ଓ ମହିଳା ପ୍ରତ୍ୟେକ ଦିନ ଆଜକୁ ପ୍ରାୟ ୩ ମାସ ହେବ ସକାଳ ୭ ଘଣ୍ଟା ରୁ ଉଠି ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ନଦୀ ୨ ପାର୍ଶ୍ୱ ରୁ “ବତା କନ୍ଦା” ସଂଗ୍ରହ କରିଥାନ୍ତି। ଜଣେ ଜଣେ ପ୍ରତିଦିନ ଆନୁମାନିକ ୩୦ କେଜି “ବତା କନ୍ଦା” ସଂଗ୍ରହ କରି ଘରକୁ ଆଣି ଥାଆନ୍ତି । ଉକ୍ତ “ବତା କନ୍ଦା” ର ମୂଲ୍ୟ ଆଦିବାସୀ ଜନସଧାରଣ ଙ୍କୁ ଜଣା ନ ଥିବା ବେଳେ ଛତିଶଗଡ ଅଞ୍ଚଳ ରୁ ଲୋକ ଆସି କିଲୋ ପିଛା ୧୯ ଟଙ୍କା ମୂଲ୍ୟରେ ନେଉଛନ୍ତି। ବତା କନ୍ଦା ଦ୍ୱାରା ଔଷଧ ତିଆରି ହେଉଛି ବୋଲି ଏହି ଅଞ୍ଚଳ ବାସୀ ମାନେ କୁହନ୍ତି କିଛି ଲୋକ ବତା କନ୍ଦା ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଏହାର ମୂଲ୍ୟ ଆକଳନ କଲେ ଆଦିବାସୀ ମାନେ ଉପକୃତ ହୋଇ ପରିଥାନ୍ତେ ।ପ୍ରଶାସନ ଯଦି ଉକ୍ତ ବତା କନ୍ଦାର ଉଚିତ ମୁଲ୍ୟ ପାଇବାର କୈାଣସି ବିକଳ୍ପ କରିଇଥାନ୍ତେ ତେବେ ସଂଗ୍ରହ କାରୀମାନଙ୍କ ରୋଜଗାର ବଢ଼ି ସୁଖରେ ଜୀବନ ଜୀବିକା ନିର୍ବାହ କରି ପାରିଥାନ୍ତେ। ଆର୍ଥିକ ସମ୍ବଳ ସୁଧୁରି ଜାଆନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ:-ବତାକନ୍ଦା ନଦୀ ଦୁଇ ପାଖ ଓ ଓଦା ଥିଵା ସ୍ଥାନ ମାନଙ୍କ ରୁ ସଂଗ୍ରହ କରିଥାନ୍ତି ।ଏହା ବର୍ଷା ମାସ ଆରମ୍ଭ ହେବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଂଗ୍ରହ କାରୀ ମାନେ ସୂଚନା ଦେଇଛନ୍ତି ।

ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here