ଦିଲ୍ଲୀ ଫେସନ ସୋ’ରେ ପୁରସ୍କୃତ ହେଲେ ବ୍ରହ୍ମପୁର ର ସବିତା ମହାଙ୍କୁଡ

0
386

ବ୍ରହ୍ମପୁର() ଦିଲ୍ଲୀର ଗ୍ରେଟର ନୋଏଡ଼ାର କ୍ରାଉନ୍ ପ୍ଲାଜାରେ ଏମ୍‌ଆଇକ୍ୟୁଏଚ୍ ଦ୍ୱାରା ମିସ୍ ଆଣ୍ଡ ମିସେସ୍ କ୍ୱିନ୍ ଅଫ୍ ହାର୍ଟସ ଫେସନ ସୋ’ର ତୃତୀୟ ସଂସ୍କରଣ ଡ଼ିସେମ୍ବର ୨୧ ତାରିଖରୁ ଡ଼ିସେମ୍ବର ୨୩ ତାରିଖ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଦେଶିକା ସୋନିଆ ଅଗ୍ରୱାଲ୍ ଏହାର ମୁଖ୍ୟ ନିର୍ଦ୍ଦେଶିକା ଥିବାବେଳେ ଏଥିରେ ସହ ନିର୍ଦ୍ଦେଶକ ଅଙ୍କୁର ଅଗ୍ରୱାଲ୍ ମଧ୍ୟ ଯୋଗ ଦେଇଥିଲେ । ମୁଖ୍ୟତଃ ମହିଳା ସଶସ୍ତ୍ରୀକରଣ ଏହି ତୃତୀୟ ସଂସ୍କରଣ ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ଏହା ଏକ ପ୍ଲାଟଫର୍ମ ଯେଉଁଥିରେ ଗୃହିଣୀ ଏବଂ ମହିଳାମାନେ ନିଜର କାର୍ଯ୍ୟବ୍ୟସ୍ତତା ଯୋଗୁଁ ଅନ୍ତର୍ନିହିତ ପ୍ରତିଭାକୁ ଦେଖାଇ ପାରୁନଥିଲେ, ସେମାନଙ୍କୁ ଏହି ଫେସନ ସୋ ପ୍ରୋତ୍ସାହିତ କରିବ ବୋଲି ନିର୍ଦ୍ଦେଶିକା କହିଥିଲେ । ଏଥିରେ ସାରା ଦେଶରୁ ବଛା ବଛା ଯୁବତୀ ଏବଂ ଗୃହିଣୀ ଯୋଗଦେଇ ଫେସନ ଜରିଆରେ ନିଜର କଳାର ପରିଚୟ ଦେଇଥିଲେ । ଡ଼ିସେମ୍ବର ୨୩ ତାରିଖରେ ଏହାର ଫାଇନାଲ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁରର ବ୍ୟାଙ୍କ କଲୋନୀ ତୃତୀୟ ଗଳି ନିବାସୀ ବିଷ୍ଣୁ ପ୍ରସାଦ ଗୌଡ଼ଙ୍କ ପତ୍ନୀ ସବିତା ମହାଙ୍କୁଡ଼ ଯୋଗଦେଇ ଅଦ୍ଭୁଦପୂର୍ବ ସଫଳତା ପାଇଛନ୍ତି । ସେ ଦୁଇଟି କ୍ୟାଟେଗୋରିରେ ବେଷ୍ଟ ବିବେଚିତ ହୋଇଛନ୍ତି । ବିଭିନ୍ନ ପ୍ରତିଯୋଗୀଙ୍କୁ ପଛରେ ପକାଇ ସବିତା ମିସ୍ ବିୟୁଟି ୱିଥ ବ୍ରେନ-୨୦୨୦ ଏବଂ କ୍ଲାସିକ୍ ଫିଟ୍‌-୨୦୨୦ ବିବେଚିତ ହୋଇଛନ୍ତି । ସବିତା ବ୍ରହ୍ମପୁରର ମେଡ଼ିକାଲ୍ ବ୍ୟାଙ୍କ କଲୋନୀ ଟାୱାର ଲାଇନ୍‌ରେ ଥିବା ଜାଗୃତି ଫିଟ୍‌ନେସ୍ ପଏଣ୍ଟରେ ଟ୍ରେନିଂ ନେଉଥିଲେ । ଏଠାରେ ଟ୍ରେନିଂ ନେଇ ସେ ବହୁତ କିଛି ଶିକ୍ଷାଲାଭ କରି ନିଜର କଳାକୁ ଜାତୀୟସ୍ତରରେ ଦେଖାଇ ପାରିଛନ୍ତି । ଜାଗୃତି ଫିଟ୍‌ନେସନ ପଏଣ୍ଟର ଆଧୁନିକ ଯନ୍ତ୍ରାଂଶ ଏବଂ ଉଚ୍ଚକୋଟିର କୋଚ୍‌ମାନଙ୍କଠାରୁ ଶିକ୍ଷାଲାଭ କରି ନିଜର ସୁନ୍ଦରତାକୁ ଦେଖାଇବାରେ ଫଳପ୍ରଦ ହୋଇପାରିଛନ୍ତି । ଏଥିପାଇଁ ସବିତା ଜାଗୃତି ଫିଟ୍‌ନେସ ପଏଣ୍ଟର ନିର୍ଦ୍ଦେଶିକା ରଶ୍ମିତା ପଣ୍ଡା ଏବଂ କୋଚମାନଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସବିତାଙ୍କୁ ମଧ୍ୟ ନିର୍ଦ୍ଦେଶିକା ଏହି ଅଦ୍‌ଭୁତପୂର୍ବ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଦିଲ୍ଲୀରୁ ଫେରିବା ତାଙ୍କୁ ଜାଗୃତି ଫିଟ୍‌ନେସ୍ ପଏଣ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ନେଇ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here