ଓଡ଼ିଶାରୁ ବିହାରକୁ ଗଞ୍ଜେଇ ଚୋରାଚାଲାଣ ବେଳେ ନାବାଳକଙ୍କ ସମେତ ୩ ଗିରଫ

0
260

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରୁ ବିହାରକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଜଣେ ନାବାଳକଙ୍କ ସମେତ ୩ଜଣ ବିହାରୀ ଚୋରାଚାଲାଣକାରୀ ଗିରଫ ହୋଇଛନ୍ତି । ଏଥିରେ ପୋଲିସ ୮ଲକ୍ଷ ଟଙ୍କାରୁ ଉର୍ଦ୍ଧର ଗଞ୍ଜେଇକୁ ଜବତ କରିଛନ୍ତି । ଏହି ଅବସରରେ ଯାହା କି ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ କଟାମା ଗ୍ରାମରୁ ବିହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ଜଣେ ନାବାଳକଙ୍କ ସହ ୨ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ପୋଲିସ ୧୨୪କେଜି ୮୫୦ ଗ୍ରାମ ଗଞ୍ଜେଇକୁ ଜବତ କରିଛନ୍ତି । ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ସୂତ୍ରରୁ ପ୍ରକାଶ ଯେ, ଗତକାଲି ମୋହନା ଥାନା ଏସ୍‌ଆଇ ସୁନୀଲ ଦଳେଇ ଗଜପତି ଜିଲ୍ଲା କମଳାପୁର ନାକାଗେଟ ଠାରେ ସନ୍ଦେହରେ ଏକ ମିନିଭ୍ୟାନ ନମ୍ବର ଜେଏଚ୍ ୨୪ଏଫ୍ ୯୫୩୬କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ସେଥିରେ ୧୨୪କେଜି ୮୫୦ଗ୍ରାମ ଗଞ୍ଜେଇ ଠାବ ହୋଇଥିଲା ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here