ଦ୍ୱାଦଶ ଦିବସରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

0
528

ବ୍ରହ୍ମପୁର:ଗତ ଅଗଷ୍ଟ ୮ ତାରିଖ ରବିବାର ଦିନ ସକାଳେ ସ୍ବାସ୍ଥ୍ୟଗତ ଅସୁସ୍ଥତା ଯୋଗୁଁ ଇହଲୀଳା ତ୍ୟାଗ କରିଥିଲେ ଯୁବ ବ୍ୟବସାୟୀ ଶ୍ରୀଯୁକ୍ତ ସ୍ବାଧୀନ କୁମାର ପଣ୍ଡା । କିଛିଦିନ ହେବ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ସେ ବାଙ୍ଗଲୋର ସ୍ଥିତ ଏକ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ସେ ଶେଷ ନିଶ୍ୱାସ ତ୍ୟାଗ କରିବା ସମୟରେ ତାଙ୍କ ଧର୍ମ ପତ୍ନୀ,ସାନ ଭାଇ ଓ ଭିଣୋଇ ଉପସ୍ଥିତ ଥିଲେ । ରବିବାର ବିଳମ୍ବିତ ରାତିରେ ତାଙ୍କର ଶେଷ କ୍ରୁତ୍ତ୍ୟ ଗୋଖନେଶ୍ୱର ସ୍ମଶାନରେ ତାଙ୍କର କନିଷ୍ଠ ଭ୍ରାତା ଦ୍ୱାରା ପରିବାର ବର୍ଗ, ଆତ୍ମୀୟ ସ୍ଵଜନ ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ସେ ଜଣେ ଧର୍ମ ପରାୟଣ,ନ୍ୟାୟାବନ୍ତ ତଥା ପରୋଉପକାରୀ ବ୍ୟକ୍ତି ବିଶେଷ ଥିଲେ। ସ୍ବର୍ଗତ ସ୍ବାଧୀନ କୁମାର ପଣ୍ଡାଙ୍କ ଦ୍ୱାଦଶ କ୍ରିୟା ତାଙ୍କର ବ୍ରହ୍ମପୁର ସ୍ଥିତ ଅଶୋକ ନଗର ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଦ୍ୱାଦଶ କାର୍ଯ୍ୟ ନୀତି ନିୟମ ଅନୁଯାୟୀ ତାଙ୍କର କନିଷ୍ଠ ଭ୍ରାତା ସ୍ୱାଗତ ପଣ୍ଡା ଓ ଧର୍ମ ପତ୍ନୀ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ତାଙ୍କର ମାତା, ଏକ ମାତ୍ର ଭଉଣୀ ଭିଣୋଇ, ଝିଅ,ଭଣଜା ଭାଣିଜୀ, ପୁତୁରା ତଥା ଘରର ସଦସ୍ୟ ଓ ସ୍ୱଳ୍ପ ବନ୍ଧୁ,ସମାଜର ମାନଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଅମର ଆତ୍ମାର ସଦ୍ଗତି ପ୍ରାଥନା କରିଥିଲେ ।
ରିପୋର୍ଟ :ପ୍ରଣୟ ପଣ୍ଡା

LEAVE A REPLY

Please enter your comment!
Please enter your name here