ଦୁଇ ଜୁଆ ଆଡ୍ଡା ଉପରେ ଚଢ଼ାଉ : ୧୩ ଗିରଫ, ୩୦୨୪୦ ଟଙ୍କା, ଓ ୩ ବାଇକ ଜବତ

0
248

ବୁଗୁଡା:ବୁଗୁଡା ପୋଲିସ ଗତକାଲି ଅର୍ଥାତ ଅଗଷ୍ଟ ୧୨ ତାରିଖ ଦିନ ସଙ୍କୁରୁ ଗ୍ରାମରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରିବା ସହ ୪୫ ହଜାର ୩ ଶହ ଟଙ୍କା ଓ ୩ ବାଇକ ଜବତ କରିଥିବା ବେଳେ ଅଗଷ୍ଟ ୧୩ ତାରିଖ ଦିନ ପୁଣି ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୩ ଜଣଙ୍କୁ ଗିରଫ କରିଥିବାବେଳେ ୩୦ ହଜାର ୨୪୦ ଟଙ୍କା ଓ ୩ ଗୋଟି ବାଇକ ଜବତ ହୋଇଥିବା ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ବୁଗୁଡା ଥାନା ଅନ୍ତର୍ଗତ ଚଢ଼ିଆପଲ୍ଲୀ ଠାକୁରାଣୀ ମନ୍ଦିରରେ ଜୁଆ ଖେଳ ହେଉଥିବା ଖବର ଜାଣିବା ପରେ ବୁଗୁଡା ପୋଲିସ ବାହିନୀ ଜୁଆ ଆଡ୍ଡାର ଚାରି ଦିଗରୁ ଚଢ଼ାଉ କରି ୭ ଜଣ ଜୁଆଡିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ସେହିପରି କରସିଙ୍ଗି ଜଙ୍ଗଲ ମଧ୍ୟରେ ଜୁଆ ଖେଳ ହେଉଥିବା ଖବର ପାଇ ବୁଗୁଡା ପୋଲିସ ବାହିନୀ ଅତର୍କିତ ଭାବେ ଚଢ଼ାଉ କରି ୬ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ୩ ଗୋଟି ବାଇକ ଜବତ କରିଥିଲେ। ଉଭୟ ଜୁଆ ଆଡ୍ଡାରୁ ୩୦,୨୪୦/- ଟଙ୍କା ଜବତ ହୋଇଥିବା ବେଳେ ବୁଗୁଡା ଥାନା କେସ ନଂ ୪୦୨/୨୧ ଓ ୪୦୩/୨୧ ପ୍ରକାରେ ଦୁଇଟି ମାମଲା ରୁଜୁ ହୋଇଛି। ବୁଗୁଡା ପୋଲିସ ଦୁଇଦିନ ମଧ୍ୟରେ ୩ ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୮ ଜଣଙ୍କୁ ଗିରଫ କରିବା ସହ ୬ ଟି ବାଇକ ଓ ନଗଦ ୭୫ ହଜାର ୫୪୦ ଟଙ୍କା ଜବତ କରିଥିବା ଯୋଗୁଁ ଅଞ୍ଚଳର ବୁଦ୍ଧିଜୀବୀ ବୃନ୍ଦ ବୁଗୁଡା ଥାନା ଆଇଆଇସି ଙ୍କ ସମେତ ସମସ୍ତ ପୋଲିସ ବଳକୁ ପ୍ରଶଂସା କରିଛନ୍ତି।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here