ବିଜେଡି ର କର୍ମୀ ସମ୍ମିଳନୀ

0
252

ମୋହନା:(ନ୍ୟୁଜ୍ ଏକ୍ସଟ୍ରା) ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ସ୍ଥିତ ହରଭଙ୍ଗୀ ଡ୍ୟାମ ବଙ୍ଗଳା ଠାରେ ବିଜେଡି ର ଜୋନ ସ୍ତରୀୟ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, ବରିଷ୍ଠ ବିଜେଡି ନେତା ତଥା ଜ଼ିଲ୍ଲା ଯୋଜନା ବୋର୍ଡ ସଦସ୍ୟ ହାଡ଼ିଆ କନ୍ଧ ଙ୍କ ସଂଯୋଜନା ରେ ଅନୁଷ୍ଠିତ ବୈଠକ ରେ ଅଡବା ଜୋନ ର 15 ଟି ପଞ୍ଚାୟତ ର ଶତାଧିକ ବିଜେଡି କର୍ମୀ ଯୋଗଦେଇଥିଲେ, ଅନୁଷ୍ଠିତ ବୈଠକ ରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବା ସହ ଲୋକଙ୍କ ପାଖରେ ପହଞ୍ଚିବା ଅଡବା ଜୋନ ର ପ୍ରତ୍ୟେକ ପଞ୍ଚାୟତ ପାଇଁ ଏକ ତିନି ଜଣିଆ ପଞ୍ଚାୟତ ସ୍ତରୀୟ କମିଟି ଗଠନ କରାଯାଇଛି, ଏହାସହ ଆଗକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଙ୍କ ଗସ୍ତ ପାଇଁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯିବା ପାଇଁ ବୈଠକ ରେ ନିଷ୍ପତି ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଉପାଧକ୍ଷା ବାଲ୍ମୀନା ଅଧିକାରୀ, ଯୁବନେତା ଗୁଣନିଧି ନାୟକ, ଙ୍କ ସମେତ ବହୁ ସଂଖ୍ୟା ରେ ବିଜେଡି କର୍ମୀ ଯୋଗଦେଇଥିଲେ l

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here