ଜିଲ୍ଲା ପ୍ରଶାସନ ପକ୍ଷରୁ ବିବାହ ପ୍ରୋତ୍ସାହନ ରାସି ପ୍ରଦାନ

0
286

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ଯୋଜନା ମଧ୍ୟରୁ ବିଜୁ ଶିଶୁ ସୁରକ୍ଷା ଯୋଜନା ଅନ୍ୟତମ ଅଟେ।ଏହି ଯୋଜନା ମାଧ୍ୟମରେ ଯତ୍ନ ଓ ସୁରକ୍ଷା ଦେଉ ଥିବା ଅନୁଷ୍ଠାନରୁ ଘରକୁ ଫେରି ଥିବା ୧୮ ବର୍ଷ ରୁ ଉର୍ଦ୍ଧ୍ବ ଝିଅମାନଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇ ଥାଏ।ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ ସମ୍ବଲପୁର ପଞ୍ଚାୟତର ଲକ୍ଷ୍ମୀ ପାଇକ ନାମକ ଏକ କନ୍ୟା ଯାହାଙ୍କ ପିତାଙ୍କ ମୃତ୍ୟୁ ପରେ ତାଙ୍କ ମାଆ ଓ ଗ୍ରାମର ଲୋକ ମିଶି ଲକ୍ଷ୍ମୀ ପାଇକଙ୍କୁ ୧୬ ବର୍ଷ ହୋଇ ଥିଲା ବେଳେ ବିବାହ କରାଇ ଦେବା ପାଇଁ ଆୟୋଜନ କରି ଥିଲେ।ଏହି ବିଷୟରେ ଜିଲ୍ଲା ପ୍ରଶାସନ ଜାଣିବା ପରେ ଉକ୍ତ ଶିଶୁ କନ୍ୟା ଲକ୍ଷ୍ମୀ ପାଇକଙ୍କୁ ଉଦ୍ଧାର କରିପାରଳାଖେମୁଣ୍ଡିରେ ଏକ ଶିଶୁ ଯତ୍ନ ଓ ସୁରକ୍ଷା ପ୍ରଦାନ କରୁ ଥିବା ଅନୁଷ୍ଠାନ ନବ ଜୀବନରେ ଥଇଥାନ କରାଯାଇଥିଲା।ଶିଶୁ ସେଠାରେ ରହି ପାଠ ପଢିବା ପରେ ୧୮ବର୍ଷ ପୂର୍ଣ୍ଣ ହେଲା ପରେ ତାଙ୍କୁ ତାଙ୍କ ମାଆ ଙ୍କୁ ହସ୍ତାନ୍ତର କରାଯାଇ ଥିଲା।ଲକ୍ଷ୍ମୀଙ୍କର ଉପଯୁକ୍ତ ବିବାହ ବୟସ ହୋଇଥିବା ରୁ ତାଙ୍କର ବିବାହ ନିମନ୍ତେ ବିଜୁ ଶିଶୁ ଓ ସୁରକ୍ଷା ଯୋଜନାରେ ଗତ କାଲି ୧୧.୦୮.୨୦୨୧ତାରିଖରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅନାମ ଚରଣ ପାତ୍ର ହିତାଧିକାରୀଙ୍କୁ ୫୦,୦୦୦/-(ପଚାସ ହଜାର) ଟଙ୍କାର ଚେକ ପ୍ରଦାନ କରି ଥିଲେ

LEAVE A REPLY

Please enter your comment!
Please enter your name here