ନାବାଳିକା କୁ ଅସଦାଚରଣ ଅଭିଯୋଗ ରେ ଯୁବକକୁ କୋର୍ଟ ଚାଲାଣ

0
345

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ଥାନା ଅନ୍ତର୍ଗତ କଞ୍ଜାମେଣ୍ଡି ଗାଁ ର ଗୁରୁମାହା ସାହିର ଜୟୀ ପ୍ରଧାନ ଙ୍କ ପୁଅ ଅଚ୍ୟୁତ ପ୍ରଧାନ (୩୦)ଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ସୁଚନା ଅନୁଯାୟୀ ଏକ ୧୦ ବର୍ଷର ନାବାଳିକାକୁ ଅଚ୍ୟୁତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଉକ୍ତ ଅଭିଯୋଗ କୁ ଭିର୍ତ୍ତି କରି କ. ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ପରେ କେଶ ନଂ.୧୦/୨୧ ଅଣ୍ଡର ସେକ୍ସନ ୩୪୧/୩୪୨/୫୦୬/୩୨୩/୩୫୪- ଡି ଆଇ ପି ସି ୮ ର ପୋସ୍କୋ ଧାରା ଅନୁସାରେ ଅଚ୍ୟୁତ କୁ କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଘଟଣାର ଅଧିକ ତଦନ୍ତ କରିବା ପାଇଁ ଏସ.ଆଇ ପି. ସି.ପ୍ରଧାନ ଦାୟିତ୍ୱରେ ଥିବା ବିଷୟ କ. ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ ସୂଚନା ପ୍ରଦାନ କରିଛନ୍ତି l

LEAVE A REPLY

Please enter your comment!
Please enter your name here