ମଦ୍ଯପ ସ୍ବାମୀର ଉନ୍ମକ୍ତ କାଣ୍ଡ : ସ୍ତ୍ରୀକୁ ଜୀବନରେ ମାରିବାକୁ ପ୍ରୟାସ , ପୋଲିସରେ ଜିମା ଦେଲେ ଗ୍ରାମବାସୀ

0
499

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କଇଠଡା ଗ୍ରାମରେ ଗୁରୁବାର ଦିନ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ସାତ ଜନ୍ମକୁ ସାକ୍ଷୀ ରଖି ବିବାହ କରିଥିବା ନିଜ ସ୍ତ୍ରୀ ଏସ୍ . ଆରତୀ ରେଡ୍ଡୀଙ୍କୁ ଜୀବନରେ ମାରିବା ପାଇଁ ଚେଷ୍ଟା କରିଛି ମଦ୍ଯପ ସ୍ବାମୀ । ଅଭିଯୁକ୍ତ ସ୍ବାମୀ ହେଲେ ଏସ୍. ନାଲେୟା ରେଡ୍ଡୀ । ଖବରପ୍ରକାରେ , ଅଭିଯୁକ୍ତ ନାଲେୟା ଆଜି ପ୍ରଚୁର ମଦ୍ୟପାନ କରି ଘରେ ଥିବା ନିଜ ସ୍ତ୍ରୀ ଆରତୀଙ୍କୁ ହତ୍ୟା କରିବା ପାଇଁ ଏକ କାତି ଧରି ଗୋଡାଇଥିଲା । ପ୍ରାଣ ବିକଳରେ ଆରତୀ ଘରୁ ବାହାରି ଦୌଡ଼ି ଯାଇ ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେବା ପରେ ସମସ୍ତ ଘଟଣା କହିଥିଲା । ଯାହାଫଳରେ ଗ୍ରାମବାସୀ ଏକତ୍ରିତ ହୋଇ ଗ୍ରାମରେ ଆତଙ୍କ ସୃଷ୍ଟି କରିଥିବା ନାଲେୟାଙ୍କୁ କାବୁ କରି ଦିଗପହଣ୍ଡି ପୋଲିସ ହାତରେ ଜିମା ଦେଇଥିଲେ । ଏଥିସହ ଅଭିଯୁକ୍ତ ଜଣକ ନିଶାସକ୍ତ ଅବସ୍ଥାରେ ଘରର ଆସବାବପତ୍ର ଜିନିଷ ଭାଙ୍ଗି ଦେଇଥିବା ଜଣାପଡିଛି । ଘଟଣାପରେ ଆରତୀ ଦିଗପହଣ୍ଡି ଥାନାର ଦ୍ବାରସ୍ଥ ହୋଇ ସ୍ବାମୀଙ୍କ ବିରୋଧରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ନାଲେୟାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ବେଳେ ଏକ କାତି ଜବତ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here