ଭିନ୍ନକ୍ଷମ ହୋଇ ବି ଆତ୍ମନିର୍ଭରଶୀଳ

0
376

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ଭିନ୍ନକ୍ଷମ ହୋଇଭି ଆତ୍ମ ନିର୍ଭରଶୀଳ କେବଳ ଆତ୍ମନିର୍ଭରଶୀଳ ହିଁ ନୁହେଁ ତାଙ୍କ ଦ୍ୱାରା ୩ ଜଣ ଆତ୍ମନିର୍ଭର ହୋଇ ନିଜର ପରିବାର ପୋଷଣ କରୁଛନ୍ତି! ସେଭଳି ବ୍ୟକ୍ତି ବିଶେଷ ହେଉଛନ୍ତି ସଞ୍ଜୟ . ସଞ୍ଜୟ ଉମରକୋଟ ମୁନିସିପାଲଟି ଅନ୍ତର୍ଗତ ଡ଼ଙ୍ଗରିଗୁଡା ର ନିବାସୀ. ୨୦୧୩ ମସିହା ରେ ସଞ୍ଜୟ ଛୋଟ ଦୋକାନ କରି ଚଳି ଆସୁଥିଲେ ଦୋକାନ ନିକଟରେ ଥିବା ଏକ ଗଛ ହଟାତ ସଞ୍ଜୟ ଙ୍କ ଦେହ ଉପରେ ପଡିଥିଲା ଗଛ କୁ ଲାଗି ଏକ ବିଦ୍ୟୁତ ତାର ଛିଣ୍ଡି ସଞ୍ଜୟ ଙ୍କ ଉପରେ ପଡିଯାଇଥିଲା ଯାହାଫଳରେ ସଞ୍ଜୟ ଗୁରୁତର ଅବସ୍ଥାରେ ରେ ରାୟପୁର ମେଡିକାଲ ରେ ଭର୍ତ୍ତି ହୋଇଥିଲେ କିନ୍ତୁ ଅଧିକ ଅର୍ଥ ଖର୍ଚ୍ଚ ହେବା ଫଳରେ ସେ ଆନ୍ଦ୍ର ପ୍ରଦେଶର ସତ୍ୟସାଇ ହସ୍ପିଟାଲରେ ରେ ୩ ମାସ ଚିକିତ୍ସିତ ହୋଇଥିଲେ ସେଠାରେ ତାଙ୍କର ସର୍ଜରୀ ହୋଇଥିଲା ପରେ ଭୁବନେଶ୍ୱର ରେ ଏକ ଫିଜିଓ ଥେରୋପି ହସ୍ପିଟାଲରେ ୭ମାସ ଚିକିତ୍ସିତ ପରେ ଉମରକୋଟ ଫେରିଥିଲେ! ତେବେ ଏହିଭିତରେ ତାଙ୍କର ଦୁଇଟି ଗୋଡ଼ ନଷ୍ଟ ହୋଇଯାଇଥିଲା! ସଞ୍ଜୟ ହୁଇଲ ଚେୟାର ମାଧ୍ୟମରେ ଦୁଇ ବର୍ଷ ବିତିଗଲା ପରେ ସଂଜୟ ନିଜେ କିଭଳି ଭାବେ ଆତ୍ମନିର୍ଭରଶୀଳ ହେବେ ଓ କାହା ଉପରେ ବୋଝ ନହୋଇ କିଛି କରିବା ପାଇଁ ବିଚାର କରି ଭାଙ୍ଗି ଯାଇଥିବା ଦୋକାନ କୁ ସଜାଡି ସେ ଦୋକାନ ଖୋଲିବା ଆରମ୍ଭ କଲେ ସଞ୍ଜୟ ଙ୍କ ହୁଇଲ ଚେୟାର ହିଁ ସାହାରା ସେ ଘର ରୁ ଦୋକାନ ଓ ଦୋକାନ ରୁ ଘରକୁ ଅଭଳି କି ଉମରକୋଟ ସହର ମଧ୍ୟ ସେହି ହୁଇଲ ଚେୟାର ଉପରେ ନିର୍ଭର କରନ୍ତି! ସଞ୍ଜୟ ବ୍ୟାଙ୍କ ଋଣ ଆଣି ଦୋକାନ କୁ ବଢ଼ାଇ ଦୋକାନରେ ୩-୪ ଜଣ ଙ୍କୁ କାମ ରେ ଲଗାଇଛନ୍ତି ଯାହାଫଳରେ ତାଙ୍କ ଦ୍ୱାରା ୩-୪ ଟି ପରିବାର ପୋଷଣ ହୋଇପାରୁଛି. ତେବେ ସେଠାକାର କାମ କରୁଥିବା କର୍ମଚାରୀ ମାନେ ମଧ୍ୟ ସଞ୍ଜୟ ଙ୍କୁ ସାହାଯ୍ୟ କରିବା ସହ ସେଠାରେ କାମ କରି ଦୁଇ ପଇସା ରୋଜଗାର କରି ଖୁସି ରହିଥିବା ପ୍ରକାଶ କରିଛନ୍ତି. ସଞ୍ଜୟ ସରକାର ଙ୍କୁ ସରକାରୀ ଯୋଜନା ରେ ଘର ଟିଏ ଏବଂ ଅନ୍ୟ ସରକାରୀ ଯୋଜନା ଯୋଗାଇଦେଲେ ଆହୁରି ଖୁସି ରେ ବଞ୍ଚି ପାରିବେ ବୋଲି ପ୍ରକାଶ କରିଛନ୍ତି. ତେବେ ଏଭଳି ପରିସ୍ଥିତି ରେ ଯେଉଁ ଲୋକ ମାନେ ଭିକ୍ଷା ବୃତ୍ତି ସହ ସରକାରୀ ସାହାଯ୍ୟ କୁ ଚାହିଁ ବସିଥାନ୍ତି ସେହିପରିସ୍ଥି ରେ ସଞ୍ଜୟ ନିଜେ ଆତ୍ମନିର୍ଭରଶୀଳ ହୋଇ ଅନ୍ୟ କୁ ରୋଜଗାର ଦେଇ ସମାଜ ପ୍ରତି ଏକ ଉଦାହରଣ ପାଲଟିଛନ୍ତି.।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here