ଆଦିବାସୀ ଦିବସ ପାଳିତ

0
295

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ଅଗଷ୍ଟ୯ ତାରିଖକୁ ସାରା ଦେଶ ଆଦିବାସୀ ଦିବସ ପାଳନ କରୁଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ଆଦିବାସୀ ଦିବସ ପାଳନ କରାଯାଇଥିଲା. ଏଥିରେ ବିଭିନ୍ନ ବ୍ଲକ ର ଆଦିବାସୀ ଜନଜାତି ର ଲୋକ ମାନେ ଉପସ୍ଥିତ ରହିଥିଲେ. ଆଦିବାସୀ ସଂସ୍କୃତି ଓ ପରମ୍ପରା କୁ ବଜାଇ ରଖି ଆଦିବାସୀ ବେଶ ଭୁଷା ଆଦିବାସୀ ବାଜା ନୃତ୍ୟ ଗୀତ ରେ ସହର ପରିକ୍ରମା କରିଥିଲେ! ଆଦିବାସୀ ଙ୍କ ସୁରକ୍ଷା ଓ ହକ ପାଇଁ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଜିଲାପାଳ ଙ୍କ ଜରିଆରେ ୧୮ ଗୋଟି ଦାବି ପତ୍ର ପ୍ରଦାନ କରାଯାଇଥିଲା! ଅଗଷ୍ଟ୯ କୁ ଜାତୀୟ ଛୁଟି, ୧୯୯୬ ପେଶା ଆଇନ କୁ କଡାକଡି ପାଳନ କରିବା, ଆଦିବାସୀ ମାନଙ୍କୁ ତୃତୀୟ, ଚତୁର୍ଥ ଶ୍ରେଣୀ ପଦପଦବୀ ରେ ନିଯୁକ୍ତି, ମିଥ୍ୟା ଜାତିଗତ ପ୍ରମାଣ ପତ୍ର ଦେଇ ସରକାରୀ ଚାକିରୀ କରିଥିବା ଅଧିକାରୀ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ, ଆଦିବାସୀ ଙ୍କ ଧର୍ମାନ୍ତରୀକରଣ ବନ୍ଦ, ଦେଶୀ ବିଦେଶୀ ମଦ ବିକ୍ରୟ ବନ୍ଦ ପ୍ରଭୃତି ମୁଖ୍ୟ ଦାବି ଉପସ୍ଥାପନା କରାଯାଇଥିଲା. ଏହି ଶୋଭା ଯାତ୍ରାରେ ଜନଜାତି ସୁରକ୍ଷା ମଞ୍ଚ ସେକ୍ରେଟାରୀ ରତନ ମାଝି ଆବାହକ ଅର୍ଜ୍ଜୁନ ଭତ୍ରା, ଜିଲ୍ଲା ଉପଦେଷ୍ଟା ସନରାଜ ଗଣ୍ଡ ଓ ସମସ୍ତ ବ୍ଲକ ର ଆଦିବାସୀ ସୁରକ୍ଷା ମଞ୍ଚ ର ସଭାପତି ଓ ହଜାର ହଜାର ଆଦିବାସୀ ଲୋକ ଉପସ୍ଥିତ ଥିଲେ.
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here