ନନ୍ଦା ହାଣ୍ଡି ବ୍ଲକ ରେ ଘୁରି ବୁଲୁଛନ୍ତି ମାଁ ଭାଲୁ ସହ ଦୁଇଟି ଛୁଆ ଭାଲୁ

0
511

ଡାବୁଗାଁ(ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଫଚାୟତର ଦହଣା ଓ ଅଣ୍ଡାସର ମଧ୍ୟରେ ଘୁରି ବୁଲୁଛନ୍ତି ଗୋଟିଏ ମା ଭାଲୁ ସହ ଦୁଇଟି ଛୁଆ ଭାଲୁ । କେତେବେଳେ ଅଣ୍ଡାସର ଗ୍ରାମର ନିର୍ମାଣଧୀନ ଘର ମଧ୍ୟରେ ରହୁଥିବା ବେଳେ , କେତେବେଳେ ଦହଣା ସଦାଶିବ ହାଇସ୍କୁଲର ପରିସର ମଧ୍ୟରେ ପଡ଼ି ରହିଥିବା ପିଚୁ ଡ୍ରମ ସହ ଖେଳୁଥିବାର ଦେଖିବାକୁ ମିଳିଛୁ। ଏହି ତିନି ଭାଲୁ । ଶୁକ୍ରବାର ଦିନ ଦହଣାର ସ୍ମସାନର ବୁଦା ମଧ୍ୟରେ ଏହି ତିନି ଭାଲୁ ଦିନସାରା ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ଶନିବାର ଦିନ ସନ୍ଧ୍ୟା ସମୟରେ ଦହଣା – ଅଣ୍ଡାସର ମୁଖ୍ୟରାସ୍ତାରେ ପୁଣି ଦେଖାଗଲେ ଏହି ୩ ଭାଲୁ ଜନବସତି ମଧ୍ୟରେ ତିନି ତିନିଟି ଭାଲୁ ଙ୍କୁ ଦେଖୁ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଥିବା ବେଳେ , ଖାଦ୍ୟ ଅନ୍ବେଷଣରେ ଦୁଇ ଛୁଆ ଭାଲୁକୁ ଧରି ଘୁରି ବୁଲୁଛି ମା ଭାଲୁ । ଜଙ୍ଗଲ ବିଭାଗ ଏଥି ପ୍ରତି ଗୁରୁତ୍ବ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କଲେ ଉଭୟ ମଣିଷ ଓ ଭାଲୁ ଙ୍କ ମଙ୍ଗଳ ହେବ ବୋଲି ବୁଦ୍ଧିଜୀବି ମହଲରେ ଦାବି ହେଉଛି ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here