ଉମରକୋଟ ଠାରେ ବିଜେଡ଼ି ର ମିଶ୍ରଣ ପର୍ବ

0
313

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା)ପୌର ଓ ପଂଚାୟତ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ନବରଙ୍ଗପୁର ବିଜୁଜନତା ଦଳ ସେତିକି ମଜୁବୁତ ହେବାରେ ଲାଗିଛି! ଯେବେଠୁ ସାଂସଦ ରମେଶ ମାଝୀ ଜିଲ୍ଲା ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି ବିଜୁଜନତା ଦଳରେ ବିରୋଧୀ ଟାଣି ହୋଇଛନ୍ତି! ତେବେ ଏଭଳି କିଛି ମିଶ୍ରଣ ପର୍ବ ରେ ଭାଗ ନେଇ ନବରଙ୍ଗପୁର ଜନତା ବିଜେଡି ମୁହାଁ ହେଉଛନ୍ତି.ଆଜି ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀଙ୍କ ବାସ ଭବନରେ ଆଜି ଅପରାହ୍ନ ରେ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା. ଏହି ମିଶ୍ରଣ ପର୍ବରେ ୫୦୨ ଜଣ ଭରତୀୟ ଜନତା ପାର୍ଟି ଓ କଂଗ୍ରେସ କର୍ମୀ ମାନେ ସକ୍ରିୟ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ । ଏହି ମିଶ୍ରଣ ପର୍ବ ଦ୍ୱାରା ବିଜୁ ଜନତା ଦଳ ଆଗାମୀ ଦିନ ମାନଙ୍କରେ ଦଳକୁ ଆହୁରି ଶକ୍ତିଶାଳୀ ଓ ମଜବୁତ କରିବାରେ ସହାୟକ ହେବେ ବୋଲି ସାଂସଦ ରମେଶ ମାଝୀ କହିଥିଲେ ! ଏହି ମିଶ୍ରଣ ପର୍ବରେ ମାନ୍ୟବର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଓ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଜିଲ୍ଲା ବିଜୁଜନତା ଦଳ ସଂଯୋଜକ ଶ୍ରୀ ପ୍ରମୋଦ ପାଢ଼ୀ ବରିଷ୍ଟ ବିଜେଡ଼ି ନେତା ତଥା , ପୌରପରିଷଦ ସଭାପତି ଶ୍ରୀ କୈଳାଶ ନାୟକ , ଜିଲ୍ଲା ଛାତ୍ର ସଭାପତି ଶ୍ରୀ ସୁଧାଂଶୁ ଦାସ,ଜିଲ୍ଲା ଛାତ୍ର ଉପ ସଭାପତି ହିମାଂଶୁ ଜେନା,ବ୍ଲକ ସଭାପତି ଅଜିତ ପ୍ରଧାନ,ବରିଷ୍ଟ ବିଜେଡି ନେତା ବି.କେ ସାହୁ , ଯୁବନେତା ଚନ୍ଦନ ବେହେରା, ବାପି ସିଲ୍,ନଗର ସଭାପତି କୈଲାସ ନାୟକ, ଯୁବ ସଭାପତି ବିକି ନାୟକ, ଉମରକୋଟ ମିଡ଼ିଆ ସେଲ୍ ଶଙ୍କର ତୁର୍କ, ଙ୍କ ସହ ଅନ୍ୟାନ୍ୟ ବିଜେଡ଼ି କର୍ମୀ ଉପସ୍ଥିତ ରହିଥିଲେ.

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here