ଗୁଣି ସନ୍ଦେହରେ ହିଂସା ଘଟଣା ସମ୍ପର୍କରେ ୯ ଜଣଙ୍କୁ ଗିରଫ କଲା ପାରଳାଖେମୁଣ୍ଡି ପୋଲିସ

0
303

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ୱାର୍ଡ ନମ୍ବର ୧ , ସୁବାସ ନଗରରେ ଗୁଣି ସନ୍ଦେହକୁ ନେଇ ଗତ ୨ ତାରିଖ ବିଳମ୍ବିତ ରାତ୍ରରେ ସମୟରେ ସେହି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ହିଂସାକାଣ୍ଡ ଘଟିଥିଲା । ଏହି ଘଟଣାକୁ ନେଇ ପୋଲିସ ଆଜି ୯ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି । ଏହିଘଟଣାରୁ ପ୍ରକାଶ ଯେ ବଡ଼ ନମ୍ବର ୧, ସୁବାସ ନଗର ଅଞ୍ଚଳରେ ଜଣେ ସ୍ତ୍ରୀ ଲୋକ ଗୁଣି କରି ଲୋକମାନଙ୍କୁ ବିଭିନ୍ନ ଭାବେ ହଇରାଣ କରୁଥିବା ସହ କେତେକଙ୍କ ମୃତ୍ୟୁର କାରଣ ସାଜି ଥିବା ଅଭିଯୋଗ କରି ସେଠାକାର ଲୋକେ ହୋହାଲ୍ଲା ସହ ଚାପା ଉତ୍ତେଜନା ସୃଷ୍ଟି କରି ଘରେ ପସି ଭଙ୍ଗାରୁଜା କରିଥିଲେ । ଏଥିରେ ଲୋକେ ଉତ୍ତ୍ୟକ୍ତ ହୋଇ ମୋଟର ସାଇକେଲ ଓ ଅଟୋରିକ୍ସାକୁ ଭଙ୍ଗାରୁଜା ମଧ୍ୟ କରିଥିଲେ । ଏହି ଘଟଣା ନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୧୪୭/୨୧ରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲୁ ରହିଥଲା । ଆଜି ଏହି ମାମଲାରେ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଥିବାର ଖବର ନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି ଯେ, ଉକ୍ତ ଘଟଣାରେ ଜଡିତ ଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ବିନୋଦ ଶ୍ରୀରାମ, ଜଗନ୍ନାଥ ନାଗବଂଶ, ସୁରେଶ ନାଗବଂଶ, ଜୟ ଶ୍ରୀରାମ, ଲକ୍ଷ୍ମଣ କରଡା, ସନ୍ତୋଷ ମଣ୍ଡଳ, ଭାଷ୍କର ବୋମାଲି, ତ୍ରିଲୋଚନ ମାଳି ଓ ମୋହନ ବଡ ପ୍ରମୁଖ ସମ୍ପୃକ୍ତି ଥିବାର ଜାଣିବାକୁ ପାଇ ଗିରଫ କରାଯାଇଛି ।

ରିପୋର୍ଟ :ବସନ୍ତ ପଣ୍ଡା

LEAVE A REPLY

Please enter your comment!
Please enter your name here