ସ୍ବଳ୍ପ ବୃଷ୍ଟି ଯୋଗୁଁ ସୃଷ୍ଟି ହେଉଥିବା ସମ୍ଭାବ୍ୟ ମରୁଡ଼ି ର ମୁକାବିଲା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ

0
379

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ଅଶୋକ ମେହେଟା ସଭାଗୃହ ରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ମରୁଡ଼ିର ପରିଚାଳନା ଏବଂ ମୁକାବିଲା ପାଇଁ ଆଲୋଚନା ହୋଇଥିଲା । ଏହି ବୈଠକରେ ବିଭାଗ ବାରି ସମୀକ୍ଷା କରିଥିଲେ। ବିଶେଷକରି ଜଳସମ୍ପଦ, କୃଷି ଏବଂ ଶକ୍ତି ବିଭାଗ ଉପରେ ବିସ୍ତୁତ ଭାବରେ ଆଲୋଚନା କରିଥିଲେ। ଜିଲ୍ଲାର କୃଷି, ଜଳବିଭାଜିକା, ପଶୁସମ୍ପଦ ବିଭାଗ, ଉଦ୍ୟାନ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ ରେ ଲକ୍ଷ ଧାର୍ଯ୍ୟ ଠାରୁ ବହୁତ କମ ଶ୍ରମ ଦିବସ ସୃଷ୍ଟି କରିଥିବାରୁ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ନିଜ ନିଜ ବିଭାଗର କ୍ଷେତ୍ର କର୍ମଚାରୀଙ୍କ ସହ ବିସ୍ତୃତ ଭାବରେ ସମୀକ୍ଷା କରି ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଙ୍କୁ ଡ଼ଃ ମିଶ୍ର ନିର୍ଦ୍ଧେଶ ଦେଇଥିଲେ। ଆଗାମୀ ସାତ ଦିନ ମଧ୍ୟରେ ଧାର୍ଯ୍ୟ ଅଵଶ୍ୟକୀୟ ଶ୍ରମ ଦିବସ ସୃଷ୍ଟି ନ କଲେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତାଗିତ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ କେନାଲ ଗୁଡିକର ମରାମତି କାର୍ଯ୍ୟ ଶେଷ କରି ଚାଷୀଙ୍କୁ ଅଵଶ୍ୟକୀୟ ଜଳ ଯୋଗାଇ ଦେବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ଡ଼ଃ ମିଶ୍ର ନିର୍ଦ୍ଦେଶ ଦେଇଥିଲେ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ରତ୍ନାକର ସାହୁ,ଅତିରିକ୍ତ ଜିଲ୍ଲାପାଳ, ଭାସ୍କର ରଇତ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ମୌସୁମୀ ନାୟକ, ପ୍ରକଳ୍ପ ନିର୍ଦେଶକ, ଜଳଛାୟା ଓ ବିଭାଜିତ,ଲକ୍ଷ୍ମୀଧର ଜେନା, ନିର୍ବାହୀ ଯନ୍ତ୍ରୀ, କ୍ଷୁଦ୍ର ଜଳ ସେଚନ, ସୁରେଶ ଚନ୍ଦ୍ର ପ୍ରଧାନ, ନିର୍ବାହୀ ଯନ୍ତ୍ରୀ, ଉଠା ଜଳସେଚନ, ଦିଲ୍ଲୀପ କୁମାର ଦାସ, ନିର୍ବାହୀ ଯନ୍ତ୍ରୀ, TPSODL, ସୁଶାନ୍ତ କୁମାର ସାହୁ, ଉପ ନିର୍ଦ୍ଦେଶକ, ଉଦ୍ୟାନ ବିଭାଗ, ଡ଼ଃ ପ୍ରଦୋଷ ପଣ୍ଡା, ଜିଲ୍ଲା ପରିଚାଳକ, ଓଡ଼ିଶା କୃଷି ଶିଳ୍ପ ନିଗମ, ନବରଙ୍ଗପୁର, ପ୍ରଦୀପ୍ତ କୁମାର ନିସିକା ପ୍ରମୂଖ ଉପସ୍ଥିତ ଥିଲେ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here