ବୁଗୁଡା ବ୍ଲକ ବିଜେଡ଼ି ଲୋକପ୍ରତିନିଧିଙ୍କ ସମୀକ୍ଷା ବୈଠକ

0
237

ବୁଗୁଡା : ବୁଗୁଡା ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତର ବିଜେଡି ଲୋକପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଜୁଲାଇ ୧୭ ତାରିଖ ଦିନ ବୁଦ୍ଧଖୋଲ କଲ୍ୟାଣି ମଣ୍ଡପରେ ଅନୁଷ୍ଠିତ ହୋଇ ଯାଇଛି। ଅତିଥି ଭାବେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ ବିଭିନ୍ନ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, ବୁଗୁଡା ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଖଦାଳ ଖଟେଇ, ବିଧାୟକଙ୍କ ପ୍ରତିନିଧି କିଶୋର ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି, ଓ ପୂର୍ବତନ ସରପଞ୍ଚ କବିରାଜ ଗୌଡ଼ ପ୍ରମୁଖ ମଞ୍ଚାସୀନ ଥିଲେ। ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସରପଞ୍ଚଙ୍କ ପ୍ରତିନିଧି, ସମିତି ସଭ୍ୟ ଓ ସମିତି ସଭ୍ୟାଙ୍କ ପ୍ରତିନିଧି ବୃନ୍ଦ ଯୋଗଦେଇ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟ ନେଇ ଆଲୋଚନା କରିଥିଲେ। ରାଜ୍ୟ ସରକାର ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ନେଇ ପ୍ରସ୍ତୁତ ଥିବା ବିଷୟରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଇବା ପରେ ଏହି ବୈଠକରେ ବିଭିନ୍ନ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ହୋଇଥିଲା ମଧ୍ୟ ଏହା ବିଜେଡିର ପ୍ରାକ ପଞ୍ଚାୟତ ନିର୍ବାଚନୀ ପ୍ରସ୍ତୁତି ବୈଠକ କହିଲେ ଅତ୍ୟୁକ୍ତି ହେବନାହିଁ।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here