ବିଜେଡି ନେତା ଓ ଶିକ୍ଷକଙ୍କ ଅଡିଓ ବାର୍ତ୍ତାଳାପ ଅପ ପ୍ରଚାରକୁ ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା

0
223

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ବିଜେଡ଼ି ଯୁବ ଉପସଭାପତି ତଥା ବ୍ଳକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ ଓ ବରିଷ୍ଠ ଶିକ୍ଷକ ସନାତନ ପଟ୍ଟନାୟକଙ୍କ ମଧ୍ୟରେ ହୋଇଥିବା ଅଡିଓ ବାର୍ତ୍ତାଳାପ ଗତକାଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହୋଇଥିଲା । ଯାହାକୁ ନେଇ ସୋମବାର ଅପରାହ୍ନରେ କୁଶପଡା ପଞ୍ଚାୟତ ବିଜେଡି କାର୍ଯ୍ୟାଳୟରେ ଆହୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରେଡ୍ଡୀ ନିଜ ପ୍ରତିକ୍ରିୟା ରଖିବା ସହ ଏଭଳି ଅପ ପ୍ରଚାରକୁ ଦୃଢ଼ ନିନ୍ଦା କରିଛନ୍ତି ଏବଂ ଏହା ଏକ ଉଦ୍ଦେଶ୍ୟମୂଳକ ଓ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀର ଅପ ପ୍ରଚାର ବୋଲି ସୂଚନା ଦେଇଛନ୍ତି । ଏଥିସହ ଶିକ୍ଷକ ଓ ମୋ ଭିତରେ ଉତ୍ତମ ସମ୍ପର୍କ ରହିଛି ଏବଂ ସବୁଦିନ ଭଳି ସମ୍ମାନ ଦେଇ ଆସୁଛି । ତେବେ ଶିକ୍ଷକଙ୍କ ସ୍ତ୍ରୀ ଅଙ୍ଗନୱାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଥିବା ବେଳେ ୮ ମାସ ପୂର୍ବେ ଏହାର ଦୁର୍ନୀତି ସମ୍ପର୍କରେ ବ୍ରହ୍ମପୁରର ବୁଢ଼ା ନାମକ ଜଣେ ବ୍ୟକ୍ତି ଆର୍ ଟିଆଇ ଜରିଆରେ ତଥ୍ୟ ସଂଗ୍ରହ କରିବା ପାଇଁ ଚାହୁଁଥିଲା । ଏହି ମାମଲାରେ ବିଜେଡି ନେତା ଜଣକ ଏହାର ସମାଧାନ ଲାଗି ହସ୍ତକ୍ଷେପ କରିଥିବା କହିଥିଲେ । ଏହି ମାମଲାରେ ମୋର ହାତ ରହିଥିବା ସନ୍ଦେହ କରି ଶିକ୍ଷକ ଜଣକ ମୋ ବିରୁଦ୍ଧରେ ରାଜନୈତିକ ଷଡ଼ଯନ୍ତ୍ର ରଚିଥିବା ଦର୍ଶାଯାଇଛି । ଏନେଇ ଶିକ୍ଷକଙ୍କୁ ଏହି କାର୍ଯ୍ୟରୁ ନିବୃତ ରହିବା ପାଇଁ ଅନୁରୋଧ କରିଥିଲେ । ଏଥିସହ ପୂର୍ବଭଳି ଏହି ମାମଲାରେ ଛନ୍ଦି ହୋଇ ରୁହନ୍ତି ତେବେ ଅପ୍ରୀତିକର ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ଶିକ୍ଷକଙ୍କୁ ଚେତାବନୀ ଦେଇଥିଲେ । ତେବେ କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଏହାର ଫାଇଦା ଉଠାଇବା ସହ ଅଡିଓ ଭାଇରାଲ କରି ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାନ୍ୟବର ବାଚସ୍ପତିଙ୍କୁ ବଦନାମ ଓ ମୋ ବିରୁଦ୍ଧରେ ମିଥ୍ୟା ଷଡ଼ଯନ୍ତ୍ର କରିଛନ୍ତି ବୋଲି ସୂଚନା ଦେଇଥିଲେ । ତେବେ ଏଭଳି ଅପ ପ୍ରଚାରକୁ ବିରୋଧ କରିବା ସହ ଆବଶ୍ୟକ ପଡିଲେ ଆଇନର ଆଶ୍ରୟ ନେବାକୁ ପଛାଇବି ନାହିଁ ବୋଲି ବିଜେଡି ନେତା ଜଣକ ଚେତାବନୀ ଦେଇଛନ୍ତି । ତେବେ ଏନେଇ ଶିକ୍ଷକ ଜଣକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ , ମୋ ଭିତରେ ଏବଂ ଉପସଭାପତି ମଧ୍ୟରେ କୈାଣସି ଶତ୍ରୁତା ନଥିବା ବେଳେ ଦୁହିଁଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି କରାଯାଉଛି ବୋଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here