ସହକାରୀ ଡାକପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା

0
315

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଗାମୁଣ୍ଡି ଶାଖା ଡାକଘରର ସହକାରୀ ଡାକପାଳ ରମେଶ ଚନ୍ଦ୍ର ସାହୁ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୨୫ ବର୍ଷ ଧରି ଶ୍ରୀ ସାହୁ ଜିଲୁଣ୍ଡି ଉପ ଡାକଘର ଅଧୀନରେ ଥିବା ଅଞ୍ଚଳରେ ଡାକ ସେବା ଯୋଗାଇ ଆସୁଥିଲେ। ଗତ ମାର୍ଚ୍ଚ ୩୧ରେ ଶ୍ରୀ ସାହୁ ଅବସର ଗ୍ରହଣ କରିବା ପରେ ଡାକ ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ମଳାସପଦର ହନୁମାନ ମନ୍ଦିରରେ ଜିଲୁଣ୍ଡି ଉପ ଡାକପାଳ ନିରୁପମା ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡାକ ବିଭାଗର ବହୁ ପଦାଧିକାରୀ ଯୋଗଦେଇ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିବା ସହ ସୁଖ ଅବସର ଜୀବନ କାମନା କରିଥିଲେ। ଏଥି ସହିତ ଶ୍ରୀ ସାହୁଙ୍କ ସ୍ଥାନରେ ନୂତନ ଡାକ କର୍ମଚାରୀ ଭାବେ ଯୋଗ ଦେଇଥିବା ଅବିନାଶ କାନୁନଗୋଙ୍କୁ ବିଭାଗ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଭଞ୍ଜନଗର ବଜାର ଉପ ଡାକପାଳ ରବୀନ୍ଦ୍ର ବିଷୋୟୀ, ଭେଜିପୁଟ ଉପ ଡାକପାଳ ଲୋକନାଥ ଗୌଡ଼, କୁଲାଡ଼ ଉପ ଡାକପାଳ ରାମନାଥ ଗୌଡ଼,ଢୁଢୁଆ ଶାଖା ଡାକପାଳ ସୂର୍ଯ୍ୟ ନାରାୟଣ ପ୍ରଧାନ, ଗାମୁଣ୍ଡି ଶାଖା ଡାକପାଳ ବିଷ୍ଣୁପ୍ରିୟା ପ୍ରଧାନ, ମଳାସ ପଦର ଶାଖା ଡାକପାଳ ସତ୍ୟ ପ୍ରକାଶ ବେହେରା, ବିଡ଼ିପୁର ଶାଖା ଡାକପାଳ କେତନ କୁମାର ସାହୁ, ଜିଲୁଣ୍ଡି ସହକାରୀ ଡାକପାଳ ସରିତା ପାଢ଼ୀ, ଭଞ୍ଜନଗର ମୁଖ୍ୟ ଡାକଘର ପୋଷ୍ଟମ୍ୟାନ ରବୀନ୍ଦ୍ର ରଥ ପ୍ରମୁଖ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅବସରପ୍ରାପ୍ତ ସହକାରୀ ଡାକପାଳ ବିଜୟ ଚନ୍ଦ୍ର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here